ମଣିପୁରରେ ଆଇଟି ଅଫିସରଙ୍କୁ ଘରୁ ଟାଣି ନେଇ ହତ୍ୟା

ଇମ୍ଫାଲ : ମଣିପୁରର ଇମ୍ଫାଲରେ ଜଣେ ଆଇଟି (ଆୟକର ବିଭାଗ) ଅଫିସରଙ୍କୁ ତାଙ୍କ ସରକାରୀ ବାସଭବନରୁ ବାହାରକୁ ଟାଣିନେଇ ହତ୍ୟା କରାଯାଇଛି। ଭାରତୀୟ ରାଜସ୍ବ ସେବା ସଂଗଠନ ପକ୍ଷରୁ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରାଯାଇଛି। ଏସଏଚ ଲେଟମିନଥାଙ୍ଗ ହୋକିପ ଇମ୍ଫାଲରେ ଜଣେ ଟାକ୍ସ ଆସିଷ୍ଟାଣ୍ଟ୍ ଭାବେ ଅବସ୍ଥାପିତ ହୋଇଥିଲେ। ଦାବି କରାଯାଉଛି ଯେ ଅଣ ଆଦିବାସୀ ମୈତେଇ ସମ୍ପ୍ରଦାୟର କିଛି ଦୁର୍ବୃତ୍ତ ତାଙ୍କୁ ସରକାରୀ କ୍ବାର୍ଟରରୁ ଘୋଷାଡ଼ି ନେଇ ପିଟିପିଟି ହତ୍ୟା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ […]

Samaya Live Picture
Published On

ଇମ୍ଫାଲ : ମଣିପୁରର ଇମ୍ଫାଲରେ ଜଣେ ଆଇଟି (ଆୟକର ବିଭାଗ) ଅଫିସରଙ୍କୁ ତାଙ୍କ ସରକାରୀ ବାସଭବନରୁ ବାହାରକୁ ଟାଣିନେଇ ହତ୍ୟା କରାଯାଇଛି। ଭାରତୀୟ ରାଜସ୍ବ ସେବା ସଂଗଠନ ପକ୍ଷରୁ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରାଯାଇଛି। ଏସଏଚ ଲେଟମିନଥାଙ୍ଗ ହୋକିପ ଇମ୍ଫାଲରେ ଜଣେ ଟାକ୍ସ ଆସିଷ୍ଟାଣ୍ଟ୍ ଭାବେ ଅବସ୍ଥାପିତ ହୋଇଥିଲେ। ଦାବି କରାଯାଉଛି ଯେ ଅଣ ଆଦିବାସୀ ମୈତେଇ ସମ୍ପ୍ରଦାୟର କିଛି ଦୁର୍ବୃତ୍ତ ତାଙ୍କୁ ସରକାରୀ କ୍ବାର୍ଟରରୁ ଘୋଷାଡ଼ି ନେଇ ପିଟିପିଟି ହତ୍ୟା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମଣିପୁରରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ୧୩ ହଜାର ଲୋକଙ୍କୁ ହିଂସାପ୍ରବଣ ଅଞ୍ଚଳରୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଇତି ମଧ୍ୟରେ ପଡ଼ୋଶୀ ରାଜ୍ୟ ଗୁଡ଼ିକ ମଣିପୁରରୁ ସେମାନଙ୍କ ନାଗରିକଙ୍କୁ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଛନ୍ତି।

Tags: