ମଣିପୁରରୁ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଇମ୍ଫାଲ: ମଣିପୁର ରାଜଧାନୀ ଇମ୍ଫାଲରେ ଶନିବାର ସନ୍ଧ୍ୟାରେ ଏନ୍ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରିଛି। ମିଆଁମାରର ଏକ ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ଏବଂ ଭାରତ ବିରୋଧୀ ଷଡ଼ଯନ୍ତ୍ର ଅଭିଯୋଗରେ ଉକ୍ତ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଛି। ଅଭିଯୁକ୍ତ ମୋଇରଙ୍ଗଥେମ ଆନନ୍ଦ ସିଂହ ବିରୋଧରେ ଗତ ଜୁଲାଇ ୧୯ରେ ଏନ୍‌ଆଇଏ ମାମଲା ରୁଜୁ କରିଥିଲା। ତଦନ୍ତ ଅନୁଯାୟୀ ମିଆଁମାରର ଏହି ଆତଙ୍କବାଦୀ ଗୋଷ୍ଠୀର ନେତୃବୃନ୍ଦ ସେମାନଙ୍କ ଗୋଷ୍ଠୀକୁ ଅଧିକ […]

Samaya Live Picture
Published On

ଇମ୍ଫାଲ: ମଣିପୁର ରାଜଧାନୀ ଇମ୍ଫାଲରେ ଶନିବାର ସନ୍ଧ୍ୟାରେ ଏନ୍ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରିଛି। ମିଆଁମାରର ଏକ ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ଏବଂ ଭାରତ ବିରୋଧୀ ଷଡ଼ଯନ୍ତ୍ର ଅଭିଯୋଗରେ ଉକ୍ତ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଛି। ଅଭିଯୁକ୍ତ ମୋଇରଙ୍ଗଥେମ ଆନନ୍ଦ ସିଂହ ବିରୋଧରେ ଗତ ଜୁଲାଇ ୧୯ରେ ଏନ୍‌ଆଇଏ ମାମଲା ରୁଜୁ କରିଥିଲା। ତଦନ୍ତ ଅନୁଯାୟୀ ମିଆଁମାରର ଏହି ଆତଙ୍କବାଦୀ ଗୋଷ୍ଠୀର ନେତୃବୃନ୍ଦ ସେମାନଙ୍କ ଗୋଷ୍ଠୀକୁ ଅଧିକ ସୁଦୃଢ଼ କରିବାପାଇଁ ଏବଂ ସୁରକ୍ଷାବାହିନୀ ଉପରେ ଆକ୍ରମଣ ପରିଚାଳନା‌ କରିବାପାଇଁ ସକ୍ରିୟ ଭାବେ କର୍ମୀଙ୍କୁ ନିଯୁକ୍ତି ଦେଉଛନ୍ତି।

Tags: