ମଣିପୁରରୁ ପୁଣି ଏକ ଭୟଙ୍କର ଭିଡିଓ ଆସିଲା, ମୁଣ୍ଡ କାଟି ବାଉଁଶ ବାଡ଼ରେ ଲଟକାଇଦେଲେ

ଇମ୍ଫାଲ: ମଣିପୁରରୁ ପୁଣି ଏକ ଭୟଙ୍କର ଭିଡିଓ ଆସିଛି। ୨ ମହିଳାଙ୍କ ସହ ଘଟିଥିବା ଲଜ୍ଜାଜନକ ଘଟଣାର ଭିଡିଓକୁ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ଏଭଳି ସମୟରେ ମଣିପୁରରୁ ଆଉ ଏକ ଭୟଙ୍କର କଟାମୁଣ୍ଡ ଭିଡିଓ ଆସିଛି। ଅନଲାଇନରେ ଏହି ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଜଣେ କୁକି ବ୍ୟକ୍ତିଙ୍କ ମୁଣ୍ଡ କାଟି ଦିଆଯାଇଛି ଏବଂ ତାଙ୍କ କଟା ମୁଣ୍ଡକୁ ଏକ ବାଉଁଶ ବାଡ଼ ଉପରେ ରଖାଯାଇଛି। ବିଷ୍ଣୁପୁର ଜିଲ୍ଲାରେ ଏହି […]

Samaya Live Picture
Published On

ଇମ୍ଫାଲ: ମଣିପୁରରୁ ପୁଣି ଏକ ଭୟଙ୍କର ଭିଡିଓ ଆସିଛି। ୨ ମହିଳାଙ୍କ ସହ ଘଟିଥିବା ଲଜ୍ଜାଜନକ ଘଟଣାର ଭିଡିଓକୁ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ଏଭଳି ସମୟରେ ମଣିପୁରରୁ ଆଉ ଏକ ଭୟଙ୍କର କଟାମୁଣ୍ଡ ଭିଡିଓ ଆସିଛି। ଅନଲାଇନରେ ଏହି ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଜଣେ କୁକି ବ୍ୟକ୍ତିଙ୍କ ମୁଣ୍ଡ କାଟି ଦିଆଯାଇଛି ଏବଂ ତାଙ୍କ କଟା ମୁଣ୍ଡକୁ ଏକ ବାଉଁଶ ବାଡ଼ ଉପରେ ରଖାଯାଇଛି। ବିଷ୍ଣୁପୁର ଜିଲ୍ଲାରେ ଏହି ଘଟଣା ଘଟିଛି। ଏହି ବର୍ବର ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍‌କ ନାଁ ଡାଭିଡ ଥିକ୍‌। ଜୁଲାଇ ୨ ତାରିଖରେ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ଉକ୍ତ ଘଟଣା ସଦ୍ୟ ଆତଙ୍କ ଖେଳାଇ ଦେଇଛି।

Tags: