ମଣିପୁରରୁ ପୁଣି ଏକ ଭୟଙ୍କର ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଲା

ଇମ୍ଫାଲ : ମେ’ ୪ ତାରିଖରେ ୨ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାର ଭିଡିଓ ଭାଇରାଲ୍‌ ହେବାପରେ ଏବେ ମଣିପୁରରେ ଅଧିକରୁ ଅଧିକ ମହିଳା ସେମାନଙ୍କ ସହ ଘଟିଥିବା ଅମାନବୀୟ ଆଚରଣ ବିରୋଧରେ ପୁଲିସରେ ଅଭିଯୋଗ କରିବାକୁ ସାହସ ଜୁଟାଇ ପାରୁଛନ୍ତି। ମଣିପୁରରୁ ପୁଣି ଆଉ ଏକ ଅତ୍ୟନ୍ତ ଭୟଙ୍କର ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଯୌନ ନିର୍ଯାତନାର ଶିକାର ହୋଇ ରିଲିଫ୍‌ ଶିବିରରେ ରହୁଥିବା ଜଣେ ମହିଳା ତାଙ୍କୁ […]

Samaya Live Picture
Published On

ଇମ୍ଫାଲ : ମେ’ ୪ ତାରିଖରେ ୨ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାର ଭିଡିଓ ଭାଇରାଲ୍‌ ହେବାପରେ ଏବେ ମଣିପୁରରେ ଅଧିକରୁ ଅଧିକ ମହିଳା ସେମାନଙ୍କ ସହ ଘଟିଥିବା ଅମାନବୀୟ ଆଚରଣ ବିରୋଧରେ ପୁଲିସରେ ଅଭିଯୋଗ କରିବାକୁ ସାହସ ଜୁଟାଇ ପାରୁଛନ୍ତି। ମଣିପୁରରୁ ପୁଣି ଆଉ ଏକ ଅତ୍ୟନ୍ତ ଭୟଙ୍କର ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଯୌନ ନିର୍ଯାତନାର ଶିକାର ହୋଇ ରିଲିଫ୍‌ ଶିବିରରେ ରହୁଥିବା ଜଣେ ମହିଳା ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ପୁଲିସରେ ଅଭିଯୋଗ କରିଛନ୍ତି। ମଣିପୁର ଚୁରାଚାନ୍ଦପୁରର ଜଣେ ୩୭ ବର୍ଷୀୟା ମହିଳା ଅଭିଯୋଗ କରିଛନ୍ତି ଯେ ଉଗ୍ରପନ୍ଥୀମାନେ ମେ’ ୩ ତାରିଖରେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ପ୍ରାଣ ବିକଳରେ ସେ ତାଙ୍କ ୨ ପୁଅ, ଭାଣିଜୀ ଏବଂ ନଣନ୍ଦଙ୍କ ସହ ଘର ଛାଡ଼ି ଦୌଡ଼ୁଥିବାବେଳେ କିଛି ଲୋକ ତାଙ୍କୁ ବାଟରେ ଯୌନ ନିର୍ଯାତନା ଦେଇଥିଲେ। ସାମାଜିକ ନିନ୍ଦା ପାଇଁ ସେ ଏକଥା କାହାକୁ କହିନଥିଲେ। ସେ ନିଜ ଜୀବନ ମଧ୍ୟ ହାରିଦେବାକୁ ଭାବିଥିଲେ। ତେବେ ବର୍ତ୍ତମାନ ମହିଳାମାନେ ନିଜ ସହ ଘଟିଥିବା ଅନ୍ୟାୟ ବିରୋଧରେ ମୁହଁ ଖୋଲୁଥିବା ଦେଖି ସେ ମଧ୍ୟ ମୁହଁ ଖୋଲିବାପାଇଁ ସାହସ ଜୁଟାଇଲେ। ବିଷ୍ଣୁପୁର ଥାନାରେ ସେ ଏକ ଏତଲା ରୁଜୁ କରିଛନ୍ତି । ଏତଲା ଅନୁଯା‌ୟୀ ୫-୬ ଜଣ ଲୋକ ତାଙ୍କ ସହ ଖରାପ୍‌ ବ୍ୟବହାର କରିଥିଲେ। ତାଙ୍କୁ ବଳପୂର୍ବକ ଉଲଗ୍ନ କରି ତାଙ୍କ ଇଜ୍ଜତ ଲୁଟିନେଲେ। ମହିଳା ଜଣଙ୍କ କାହାକୁ କିଛି କହିନଥିଲେ। କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସେ ଆତ୍ମହତ୍ୟା କଥା ମଧ୍ୟ ଭାବିଥିଲେ। ସେ ଇମ୍ଫାଲରେ ଆଞ୍ଚଳିକ ମେଡିକାଲ ସାଇନ୍ସ ଅନୁଷ୍ଠାନ ଯାଇଥିଲେ କିନ୍ତୁ ନିଜ କଥା କାହାକୁ କହିପାରିବେନି ବୋଲି ସେଠାରୁ ଫେରି ଆସିଥିଲେ। କିନ୍ତୁ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ବିଗିଡ଼ିଯିବାରୁ ସେ ଇମ୍ଫାଲର ଜେଏନ୍‌ଆଇଏମ୍‌ଏସ ହସ୍ପିଟାଲ ଗଲେ। ଡାକ୍ତରମାନେ ସେଠାରେ ତାଙ୍କୁ ଚିକିତ୍ସା କଲେ ଏବଂ ତାଙ୍କୁ କାଉନସେଲ୍‌ କଲେ। ଏହାପରେ ସେ ଏକ ରିଲିଫ୍‌ ଶିବିରରେ ରହୁଥିଲେ।

Tags: