ମଣିପୁରରରେ ମିଳିମିଳା ପ୍ରକୋପ, ଟିକା ନେବାକୁ କୁଣ୍ଠା ମୂଳ କାରଣ
ଇମ୍ଫାଲ: ମଣିପୁରର ସେନାପତି ଜିଲ୍ଲାରେ ଶୁକ୍ରବାର ଏକ ମିଳିମିଳା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ୧୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କାଉନସିଲ ରିଭର କଲୋନୀ, ଫ୍ୟାମାଇ ବବୁହ, ଟିଏନ୍କେ ଗେଟ୍, ୟାପାଓ କଲୋନି, ଡିଭି ସ୍କୁଲ, ରୋଡ୍ ଟୁ ଏମେସିଫ୍ରୋ ଓ ମାଉଣ୍ଟ ଏଭରେଷ୍ଟ ଅଞ୍ଚଳରେ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମାନ ଲକ୍ଷଣ ଦେଖାଦେଇଥିବା ଅନ୍ୟ ୧୮ ଜଣଙ୍କ ନମୁନା ଏପର୍ଯ୍ୟନ୍ତ ଆସିନାହିଁ। ୧୧ ଜଣ ରୋଗୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ମିଳିମିଳା […]
ଇମ୍ଫାଲ: ମଣିପୁରର ସେନାପତି ଜିଲ୍ଲାରେ ଶୁକ୍ରବାର ଏକ ମିଳିମିଳା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ୧୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କାଉନସିଲ ରିଭର କଲୋନୀ, ଫ୍ୟାମାଇ ବବୁହ, ଟିଏନ୍କେ ଗେଟ୍, ୟାପାଓ କଲୋନି, ଡିଭି ସ୍କୁଲ, ରୋଡ୍ ଟୁ ଏମେସିଫ୍ରୋ ଓ ମାଉଣ୍ଟ ଏଭରେଷ୍ଟ ଅଞ୍ଚଳରେ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମାନ ଲକ୍ଷଣ ଦେଖାଦେଇଥିବା ଅନ୍ୟ ୧୮ ଜଣଙ୍କ ନମୁନା ଏପର୍ଯ୍ୟନ୍ତ ଆସିନାହିଁ। ୧୧ ଜଣ ରୋଗୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ମିଳିମିଳା ଟିକାର ଗୋଟିଏ ଡୋଜ୍ ମଧ୍ୟ ଦିଆଯାଇ ନ ଥିଲା। ଏହି ସବୁ ଅଞ୍ଚଳର ସର୍ବେକ୍ଷଣରୁ ଟିକାକରଣରେ ବ୍ୟାପକ ଫାଙ୍କ ଥିବା ଜଣାପଡିଛି ବୋଲି ଜଣେ ଜିଲ୍ଲା ଅଧିକାରୀ କହିଛନ୍ତି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ଓ ଟିକା କୁଣ୍ଠାକୁ ଦୂର କରିବା ପାଇଁ ସମନ୍ୱିତ ପ୍ରତିକ୍ରିୟା ବିକଶିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଏକ ବହୁସ୍ତରୀୟ ବୈଠକ ଡାକିଛି।




