ମଝି ଆକାଶରେ ଶିଶୁର ଜୀବନ ବଞ୍ଚାଇ ପ୍ରଶଂସିତ ହେଲେ ଝାଡ଼ଖଣ୍ଡ ରାଜ୍ୟପାଳଙ୍କ ପ୍ରମୁଖ ସଚିବ
ନୂଆଦିଲ୍ଲୀ: ଗତ ଶନିବାର ଦିନ ରାଞ୍ଚିରୁ ନୂଆଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରୁଥିବା ଜଣେ ଶିଶୁର ଜୀବନ ଦୁଇଜଣ ଡାକ୍ତର ବଞ୍ଚାଇଛନ୍ତି। ହୃଦରୋଗରେ ପୀଡ଼ିତ ଶିଶୁଟି ବିମାନରେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ସହିତ ଅସୁସ୍ଥ ହୋଇ ପଡ଼ିଥିଲା। ସେହି ସମୟରେ ବିମାନରେ ଦୁଇଜଣ ଡାକ୍ତର ଯାତ୍ରା କରୁଥିଲେ। ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ୧୯୯୫ ବ୍ୟାଚର ଆଇଏଏସ ଅଫିସର ତଥା ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କର ପ୍ରମୁଖ ସଚିବ ନୀତୀନ ମଦନ କୁଲକର୍ଣ୍ଣି ଏବଂ ଅନ୍ୟ […]
ନୂଆଦିଲ୍ଲୀ: ଗତ ଶନିବାର ଦିନ ରାଞ୍ଚିରୁ ନୂଆଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରୁଥିବା ଜଣେ ଶିଶୁର ଜୀବନ ଦୁଇଜଣ ଡାକ୍ତର ବଞ୍ଚାଇଛନ୍ତି। ହୃଦରୋଗରେ ପୀଡ଼ିତ ଶିଶୁଟି ବିମାନରେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ସହିତ ଅସୁସ୍ଥ ହୋଇ ପଡ଼ିଥିଲା। ସେହି ସମୟରେ ବିମାନରେ ଦୁଇଜଣ ଡାକ୍ତର ଯାତ୍ରା କରୁଥିଲେ। ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ୧୯୯୫ ବ୍ୟାଚର ଆଇଏଏସ ଅଫିସର ତଥା ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କର ପ୍ରମୁଖ ସଚିବ ନୀତୀନ ମଦନ କୁଲକର୍ଣ୍ଣି ଏବଂ ଅନ୍ୟ ଜଣେ ହେଉଛନ୍ତି ରାଞ୍ଚି ସଦର ହସ୍ପିଟାଲର ଡାକ୍ତର ମୋଜାମିଲ ଫିରୋଜ। ଶିଶୁଟିକୁ ତା’ ପରିବାର ସଦସ୍ୟ ଦିଲ୍ଲୀକୁ ଚିକିତ୍ସା ପାଇଁ ନେଉଥିଲେ। ସେମାନଙ୍କ ଘର ହଜାରିବାଗରେ। ବିମାନ ଉଡ଼ାଣ କରିବାର ଠିକ୍ ୨୦ ମିନିଟ ପରେ ୩୦ ହଜାର ଫୁଟ ଉଚ୍ଚତାରେ ବିମାନ କର୍ମଚାରୀ ଶିଶୁର ଅସୁସ୍ଥତା ସଂପର୍କରେ ଘୋଷଣା କରି ଡାକ୍ତରଙ୍କ ସହାୟତା ଲୋଡ଼ିଥିଲେ। ଏହାପରେ ଦୁଇ ଡାକ୍ତର ଆଗେଇ ଆସିଥିଲେ। ଶିଶୁଟିର ବାପାମା’ ସାଥିରେ ନେଇଥିବା ଡେକ୍ସୋନା ଇଞ୍ଜେକସନକୁ ମଧ୍ୟ ଡାକ୍ତରମାନେ ବିମାନରେ ଦେଇଥିଲେ। ଏଥିସହିତ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଅକ୍ସିଜେନ ମାସ୍କ ଜରିଆରେ ଶିଶୁଟିକୁ ଅକ୍ସିଜେନ ପ୍ରଦାନ କରିଥିଲେ। ଏହାର କିଛି ସମୟ ପରେ ଶିଶୁଟି କିଛିମାତ୍ରାରେ ସୁସ୍ଥ ଅନୁଭବ କରିଥିଲା। ଶିଶୁଟିର ଜୀବନ ବଞ୍ଚାଇଥିବାରୁ ରାଜ୍ୟପାଳ ରାଧାକୃଷ୍ଣନ୍ ତାଙ୍କ ପ୍ରମୁଖ ସଚିବଙ୍କର ସୋମବାର ଦିନ ପ୍ରଶଂସା କରିଛନ୍ତି।




