ମଝି ଆକାଶରେ ଥରିଲା ବିମାନ, ଜଣେ ମୃତ, ୩୦ ଆହତ

ସିଙ୍ଗାପୁର: ଲଣ୍ଡନରୁ ସିଙ୍ଗାପୁର ଅଭିମୁଖେ ଯାଉଥିବା ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ଆଜି ମଝି ଆକାଶରେ ହଠାତ୍ ଥରି ଉଠିଲା। ବିମାନରେ ଭୀଷଣ ଅସ୍ଥିରତା ଦେଖାଦେବାରୁ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଖରାପ ପାଗ ଯୋଗୁଁ ସିଙ୍ଗାପୁର ଏୟାରଲାଇନ୍ସର ଏହି ବିମାନ ହଠାତ ପ୍ରବଳ ଭାବେ ଦୋହଲିବାରୁ ଏହା ଅନିୟନ୍ତ୍ରିତ ହୋଇପଡ଼ିଥିଲା। ଏୟାରଲାଇନ୍ସ ପକ୍ଷରୁ ଏକ ସୋସିଆଲ ମିଡିଆ ପୋଷ୍ଟରେ କୁହାଯାଇଛି ଯେ ଏହାର ଏକ ବୋଇଂ ବିମାନ ଏସକ୍ୟୁ-୩୨୧ […]

Samaya Live Picture
Published On

ସିଙ୍ଗାପୁର: ଲଣ୍ଡନରୁ ସିଙ୍ଗାପୁର ଅଭିମୁଖେ ଯାଉଥିବା ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ଆଜି ମଝି ଆକାଶରେ ହଠାତ୍ ଥରି ଉଠିଲା। ବିମାନରେ ଭୀଷଣ ଅସ୍ଥିରତା ଦେଖାଦେବାରୁ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଖରାପ ପାଗ ଯୋଗୁଁ ସିଙ୍ଗାପୁର ଏୟାରଲାଇନ୍ସର ଏହି ବିମାନ ହଠାତ ପ୍ରବଳ ଭାବେ ଦୋହଲିବାରୁ ଏହା ଅନିୟନ୍ତ୍ରିତ ହୋଇପଡ଼ିଥିଲା। ଏୟାରଲାଇନ୍ସ ପକ୍ଷରୁ ଏକ ସୋସିଆଲ ମିଡିଆ ପୋଷ୍ଟରେ କୁହାଯାଇଛି ଯେ ଏହାର ଏକ ବୋଇଂ ବିମାନ ଏସକ୍ୟୁ-୩୨୧ ବିମାନ ହିଥ୍ରୋ ବିମାନବନ୍ଦରରୁ ସିଙ୍ଗାପୁର ଅଭିମୁଖେ ଯାଉଥିବା ବେଳେ ଜୋର୍ରେ ଦୋହଲିବାରୁ ସଙ୍କଟାପନ୍ନ ସ୍ଥିତି ଉପୁଜିଥିଲା। ବିମାନଟି ମାତ୍ର ୫ ମିନିଟ୍ରେ ୬ ହଜାର ଫୁଟ ତଳକୁ ଖସିଥିବା ବେଳେ ଭୟାନକ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ହୋଇଯାଇଛି। ଏହି ବିମାନ ସ୍ଥାନୀୟ ସମୟ ଅପରାହ୍ନ ୩ଟା ୪୫ମିନିଟରେ ବ୍ୟାଙ୍କକ୍ର ସୁବର୍ଣ୍ଣଭୂମି ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ଥାଇ ମିଡିଆ ରିପୋର୍ଟରେ କୁହାଯାଇଛି ଯେ ଆହତମାନଙ୍କୁ ଏଠାରେ ତତ୍କାଳ ଉପଯୁକ୍ତ ଚିକିତ୍ସା ସୁବିଧା ଉପଲବ୍ଧ କରାଯାଇଛି। ବିମାନରେ ମୋଟ୍ ୨୧୧ ଜଣ ଯାତ୍ରୀ ଓ ୧୮ ଜଣ ପରିଚାଳକ ସଦସ୍ୟ ଥିଲେ ।

Tags: