ମଝି ଆକାଶରୁ ୟୁ-ଟର୍ନ ନେଲା ଦିଲ୍ଲୀ-ଲେହ ଇଣ୍ଡିଗୋ ବିମାନ
ନୂଆଦିଲ୍ଲୀ: ଦିଲ୍ଲୀରୁ ଲେହ ଯାଉଥିବା ଏକ ଇଣ୍ଡିଗୋ ବିମାନ ଉଡ଼ାଣ କରିବାର ମାତ୍ର କିଛି ସମୟ ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହା ମୂଳ ବିମାନବନ୍ଦରକୁ ଫେରି ଆସିଥିଲା। ସତର୍କତାମୂଳକ ପଦକ୍ଷେପ ଗ୍ରହଣ ସ୍ବରୂପ ବିମାନଟି ଲେହରେ ପହଞ୍ଚିବା ପୂର୍ବରୁ ୟୁଟର୍ନ ନେଇଥିଲା। ଏୟାରବସ୍ ଏ୩୨୦-୨୫ଆଇଏନ୍ ବିମାନ ଗୁରୁବାର ସକାଳ ୬.୩୦ରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ କରିଥିଲା ଏବଂ ଏହା ସକାଳ ୭.୩୦ରେ ଲେହରେ ପହଞ୍ଚିବାର ଥିଲା। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା […]
ନୂଆଦିଲ୍ଲୀ: ଦିଲ୍ଲୀରୁ ଲେହ ଯାଉଥିବା ଏକ ଇଣ୍ଡିଗୋ ବିମାନ ଉଡ଼ାଣ କରିବାର ମାତ୍ର କିଛି ସମୟ ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହା ମୂଳ ବିମାନବନ୍ଦରକୁ ଫେରି ଆସିଥିଲା। ସତର୍କତାମୂଳକ ପଦକ୍ଷେପ ଗ୍ରହଣ ସ୍ବରୂପ ବିମାନଟି ଲେହରେ ପହଞ୍ଚିବା ପୂର୍ବରୁ ୟୁଟର୍ନ ନେଇଥିଲା। ଏୟାରବସ୍ ଏ୩୨୦-୨୫ଆଇଏନ୍ ବିମାନ ଗୁରୁବାର ସକାଳ ୬.୩୦ରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ କରିଥିଲା ଏବଂ ଏହା ସକାଳ ୭.୩୦ରେ ଲେହରେ ପହଞ୍ଚିବାର ଥିଲା। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ଫେରି ଆସିଥିଲା। ଆବଶ୍ୟକ ରକ୍ଷଣାବେକ୍ଷଣ କାର୍ଯ୍ୟ ପରେ ବିମାନ ପୁଣିଥରେ ଉଡ଼ାଣ କରିଥିଲା। ଅନ୍ୟପକ୍ଷେ ହାଇଦ୍ରାବାଦରୁ ତିରୁପତି ଯାଉଥିବା ଏକ ସ୍ପାଇସଜେଟ୍ ବିମାନ ଉଡ଼ାଣ କରିବାର ମାତ୍ର ୧୦ ମିନିଟ୍ ପରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଫେରି ଆସିଥିଲା। ଆଜି ସକାଳେ ଶାମଶାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନଟି ୮୦ ଯାତ୍ରୀଙ୍କୁ ଧରି ତିରୁପତିକୁ ଉଡ଼ାଣ କରିଥିଲା। କିନ୍ତୁ ମାତ୍ର କିଛି ମିନିଟ୍ ମଧ୍ୟରେ ପାଇଲଟ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖିଥିଲେ। ପାଇଲଟ ତୁରନ୍ତ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ଯୋଗାଯୋଗ କରି ବିମାନ ଫେରାଇବାପାଇଁ ଅନୁମତି ମାଗିଥିଲେ। ବିମାନ ସଂସ୍ଥା ସ୍ପଷ୍ଟୀକରଣ ଦେଇ କହିଛି ଯେ ହାଇଦ୍ରାବାଦ-ତିରୁପତି ବିମାନ ପରିଚାଳନା କରୁଥିବା ସ୍ପାଇସଜେଟ୍ ୪୦୦ ଉଡ଼ାଣ କରିବାର ମାତ୍ର କିଛି ସମୟ ମଧ୍ୟରେ ଏଥିରେ ତ୍ରୁଟି ଦେଖାଦେଇଥିଲା। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ପାଇଲଟ୍ ହାଇଦ୍ରାବାଦକୁ ବିମାନ ଫେରାଇବାପାଇଁ ନିଷ୍ପତ୍ତି ନେଇଥିଲେ।




