ଭୟଙ୍କର ହେଉଛି ସୁଦାନ ସଙ୍କଟ

ନୂଆଦିଲ୍ଲୀ : ବିଦେଶ ସଚିବ ବିନୟ ମୋହନ କ୍ବାତ୍ରା ଗୁରୁବାର ଦିନ ଆଶ୍ବସ୍ତ କରି କହିଛନ୍ତି ଯେ ସୁଦାନରେ କୌଣସି ଜଣେ ବି ଭାରତୀୟଙ୍କୁ ଛଡ଼ାଯିବନି। ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ। କିନ୍ତୁ ବିଦେଶ ସଚିବ ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ ସୁଦାନରେ ସ୍ଥିତି ଅତ୍ୟନ୍ତ ଭୟଙ୍କର ରହିଛି। ଏପ୍ରିଲ ୧୫ ତାରିଖରେ ସୁଦାନରେ ସଙ୍କଟ ଆରମ୍ଭ ହେବା ପରଠାରୁ ଭାରତୀୟ କଣ୍ଟ୍ରୋଲ ରୁମ୍ ଦ୍ବାରା ନିୟମିତ ସ୍ଥିତି ଯାଞ୍ଚ କରାଯାଉଛି। ଭାରତୀୟଙ୍କୁ ସହଯୋଗ […]

Samaya Live Picture
Published On

ନୂଆଦିଲ୍ଲୀ : ବିଦେଶ ସଚିବ ବିନୟ ମୋହନ କ୍ବାତ୍ରା ଗୁରୁବାର ଦିନ ଆଶ୍ବସ୍ତ କରି କହିଛନ୍ତି ଯେ ସୁଦାନରେ କୌଣସି ଜଣେ ବି ଭାରତୀୟଙ୍କୁ ଛଡ଼ାଯିବନି। ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ। କିନ୍ତୁ ବିଦେଶ ସଚିବ ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ ସୁଦାନରେ ସ୍ଥିତି ଅତ୍ୟନ୍ତ ଭୟଙ୍କର ରହିଛି। ଏପ୍ରିଲ ୧୫ ତାରିଖରେ ସୁଦାନରେ ସଙ୍କଟ ଆରମ୍ଭ ହେବା ପରଠାରୁ ଭାରତୀୟ କଣ୍ଟ୍ରୋଲ ରୁମ୍ ଦ୍ବାରା ନିୟମିତ ସ୍ଥିତି ଯାଞ୍ଚ କରାଯାଉଛି। ଭାରତୀୟଙ୍କୁ ସହଯୋଗ କରିବାପାଇଁ ୨୪ ଘଣ୍ଟା କଣ୍ଟ୍ରୋଲ ରୁମ୍ କାମ କରୁଛି। ବିଦେଶ ସଚିବ କହିଛନ୍ତି, ଆମର ମୁଖ୍ୟ ଫୋକସ ହେଉଛି ଭାରତୀୟଙ୍କୁ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରିବା ଏବଂ ଏହାପରେ ସେମାନଙ୍କୁ ଘରକୁ ଫେରାଇ ଆଣିବା। ଇତି ମଧ୍ୟରେ ତୃତୀୟ ନୌସେନା ଜାହାଜ ତାରକାଶ ଭାରତୀୟଙ୍କୁ ଉଦ୍ଧାର କରିବାପାଇଁ ପୋର୍ଟ ସୁଦାନରେ ପହଞ୍ଚି ସାରିଛି। ଅପରେସନ କାବେରୀ ଅଧୀନରେ ଗତକାଲି ୩୬୭ ଭାରତୀୟ ଜେଦାହରୁ ସ୍ବତନ୍ତ୍ର ବିମାନ ଯୋଗେ ଆସି ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି। ମୋଟ୍ ୬୦୦ରୁ ଅଧିକ ଭାରତୀୟ ସୁଦାନରୁ ଉଦ୍ଧାର ହେଲେଣି। ଉଲ୍ଲେଖଯୋଗ୍ୟ ଯେ ସୁଦାନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବାପାଇଁ ଭାରତ ଗତ ସୋମବାର ଅପରେସନ କାବେରୀ ଆରମ୍ଭ କରିଥିଲା।

Tags: