ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ, ୧୧୦୦ରୁ ଅଧିକ ନିହତ

ଜେରୁଜେଲମ୍: ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀମାନେ ଅଚାନକ ଆକ୍ରମଣ କରିବା ପରେ ଦକ୍ଷିଣ ଇସ୍ରାଏଲର ଅନେକ ସ୍ଥାନରେ ଇସ୍ରାଏଲ ସେନା ଏବଂ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ମଧ୍ୟରେ ରକ୍ତାକ୍ତ ଗୁଳି ବିନିମୟ ଜାରି ରହିଛି। ଅନ୍ୟପକ୍ଷେ ଗାଜା ଷ୍ଟ୍ରିପ୍‌ ଉପରେ ଇସ୍ରାଏଲ୍‌ ବାୟୁସେନା ତୁହାକୁ ତୁହା ବୋମାମାଡ଼ କରୁଛି। ଶନିବାର ସକାଳେ ପାଲେଷ୍ଟାଇନ୍ ଆତଙ୍କବାଦୀ ସଂଗଠନ ହମାସ ପକ୍ଷରୁ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ ପରେ ଆରମ୍ଭ ହୋଇଥିବା ସଦ୍ୟତମ ସଂଘର୍ଷରେ ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନରେ ଏପର୍ଯ୍ୟନ୍ତ […]

Samaya Live Picture
Published On

ଜେରୁଜେଲମ୍: ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀମାନେ ଅଚାନକ ଆକ୍ରମଣ କରିବା ପରେ
ଦକ୍ଷିଣ ଇସ୍ରାଏଲର ଅନେକ ସ୍ଥାନରେ ଇସ୍ରାଏଲ ସେନା ଏବଂ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ମଧ୍ୟରେ ରକ୍ତାକ୍ତ ଗୁଳି ବିନିମୟ ଜାରି ରହିଛି। ଅନ୍ୟପକ୍ଷେ ଗାଜା ଷ୍ଟ୍ରିପ୍‌ ଉପରେ ଇସ୍ରାଏଲ୍‌ ବାୟୁସେନା ତୁହାକୁ ତୁହା ବୋମାମାଡ଼ କରୁଛି। ଶନିବାର ସକାଳେ ପାଲେଷ୍ଟାଇନ୍ ଆତଙ୍କବାଦୀ ସଂଗଠନ ହମାସ ପକ୍ଷରୁ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ ପରେ ଆରମ୍ଭ ହୋଇଥିବା ସଦ୍ୟତମ ସଂଘର୍ଷରେ ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନରେ ଏପର୍ଯ୍ୟନ୍ତ ୧୧୦୦ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଛନ୍ତି। ହମାସର ସଶସ୍ତ୍ର ଶାଖା କାସାମ ବ୍ରିଗେଡ୍ ମଧ୍ୟ କହିଛି ଯେ ଇସ୍ରାଏଲର ଅନେକ ଅଞ୍ଚଳରେ ତା’ର ଯୋଦ୍ଧାମାନେ ଏବେ ବି ଭୟଙ୍କର ସଂଘର୍ଷରେ ଲିପ୍ତ ଅଛନ୍ତି। ୩ ଦିନର ବିବାଦ ମଧ୍ୟରେ ଉଭୟ ପକ୍ଷରୁ ୧୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଇସ୍ରା‌ଏଲରେ ୪୪ ଶ୍ରମିକଙ୍କ ସମେତ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁୃ ହୋଇଥିବାବେଳେ ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ ଆକ୍ରମଣ ଦ୍ବାରା ୪୧୩ ଜଣଙ୍କ ମୃତ୍ୟୁ ହୋଇଛି। ଇସ୍ରାଏଲର ଏକ ମ୍ୟୁଜିକ ଫେଷ୍ଟିଭାଲ୍‌ ସ୍ଥଳରୁ ୨୬୦ ମୃତଦେହ ମିଳିଛି।
ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) କହିଛି ଯେ ଏହାର ସୈନିକମାନେ ଏବେ ବି ଇସ୍ରାଏଲ ଭିତରେ ପାଲେଷ୍ଟାଇନ୍ ଆତଙ୍କବାଦୀ ସଂଗଠନ ହମାସ ସହିତ ଯୁଦ୍ଧରେ ଲିପ୍ତ ଅଛନ୍ତି। ଗାଜା ସୀମାକୁ ଲାଗିରହିଥିବା ଇସ୍ରାଏଲ ସମେତ ଓଫାକିମ୍, ସ୍‌ଡେରୋଟ୍, ୟାଦ ମୋର୍ଦେଚାଇ, କଫର ଆଜା, ବିରି, ୟାତିଦ ଓ କିସୁଫିମ ଅଞ୍ଚଳରେ ସଂଘର୍ଷ ଚାଲିଥିବା ହମାସ୍ ନିଶ୍ଚିତ କରିଛି। ଉତ୍ତର ଇସ୍ରାଏଲର ସୀମାନ୍ତ ଅଞ୍ଚଳକୁ ଲେବାନନରୁ ମୋର୍ଟାର୍ ମାଡ଼ କରାଯାଇଥିଲା। ଲେବନାନର ଇସଲାମିକ ସଂଗଠନ ହେଜବୁଲ୍ଲା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଇସ୍ରାଏଲ ସେନା ହେଜବୁଲ୍ଲା ପୋଷ୍ଟକୁ ଟାର୍ଗେଟ କରି ରକେଟ୍ ଜରିଆରେ ଏହାର ଜବାବ ଦେଇଥିଲା। ଲେବାନନର ଆକ୍ରମଣକୁ ଦୃଷ୍ଟିରେ ରଖି ଇସ୍ରାଏଲର ଉତ୍ତରରେ ଥିବା ବାସିନ୍ଦାମାନଙ୍କୁ ବୋମା ଆଶ୍ରୟସ୍ଥଳୀ ନିକଟରେ ରହିବାକୁ କୁହାଯାଇଥିଲା।

Tags: