ଭ୍ଲଗର ଦମ୍ପତି ସେଲଭରାଜ ଓ ପ୍ରିୟାଙ୍କ ସନ୍ଦେହଜନକ ମୃତ୍ୟୁ
ତିରୁଅନନ୍ତପୁରମ୍: ‘ସେଲୁ ଫ୍ୟାମିଲି’ ନାମକ ୟୁଟ୍ୟୁବ୍ ଚାନେଲ୍ ଚଳାଇ ଚର୍ଚ୍ଚିତ ହୋଇଥିବା କେରଳ ପରାସାଲାର ଭ୍ଲଗର ଦମ୍ପତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି। ସୂଚନାନୁସାରେ, ସେଲଭରାଜ (୪୫) ଓ ପ୍ରିୟା (୩୭)ଙ୍କ ପୁଅ ଏର୍ନାକୁଲମରେ ଟ୍ରେନି ଭାବେ କାର୍ଯ୍ୟ କରନ୍ତି। ରବିବାର ସେ ଘରକୁ ଫେରି ତାଙ୍କ ବାପା ଓ ମାଙ୍କ ମୃତ୍ୟୁ ଘଟିଥିବା ଦେଖିଥିଲେ। ତୁରନ୍ତ ପାଖ ପଡ଼ୋଶୀ ଓ ପୁଲିସକୁ ସୂଚନା ଦେଇଥିଲେ। ଶୋଇବା ଘରୁ ବେକରେ ଦଉଡ଼ି ଦେଇ ଝୁଲୁଥିବା ଅବସ୍ଥାରେ […]
ତିରୁଅନନ୍ତପୁରମ୍: ‘ସେଲୁ ଫ୍ୟାମିଲି’ ନାମକ ୟୁଟ୍ୟୁବ୍ ଚାନେଲ୍ ଚଳାଇ ଚର୍ଚ୍ଚିତ ହୋଇଥିବା କେରଳ ପରାସାଲାର ଭ୍ଲଗର ଦମ୍ପତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି। ସୂଚନାନୁସାରେ, ସେଲଭରାଜ (୪୫) ଓ ପ୍ରିୟା (୩୭)ଙ୍କ ପୁଅ ଏର୍ନାକୁଲମରେ ଟ୍ରେନି ଭାବେ କାର୍ଯ୍ୟ କରନ୍ତି। ରବିବାର ସେ ଘରକୁ ଫେରି ତାଙ୍କ ବାପା ଓ ମାଙ୍କ ମୃତ୍ୟୁ ଘଟିଥିବା ଦେଖିଥିଲେ। ତୁରନ୍ତ ପାଖ ପଡ଼ୋଶୀ ଓ ପୁଲିସକୁ ସୂଚନା ଦେଇଥିଲେ। ଶୋଇବା ଘରୁ ବେକରେ ଦଉଡ଼ି ଦେଇ ଝୁଲୁଥିବା ଅବସ୍ଥାରେ ସେଲଭରାଜଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପ୍ରିୟାଙ୍କ ମୃତଦେହ ଶେଯ ଉପରେ ପଡ଼ିଥିଲା। ପ୍ରାଥମିକ ଅନୁସନ୍ଧାନରେ ଏହା ଆତ୍ମହତ୍ୟା ବୋଲି ପୁଲିସ କହିଥିଲା। ତେବେ ଶବବ୍ୟବଚ୍ଛେଦ ରିପୋର୍ଟରେ ପ୍ରିୟାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ଏହାପରେ ପୁଲିସ ନିଜର ତଦନ୍ତର ଦିଗକୁ ବଦଳାଇଛି। ମାମଲାର ତଦନ୍ତ କରୁଥିବା ଜନୈକ ପୁଲିସ ଅଧିକାରୀ କହିଛନ୍ତି, ବର୍ତ୍ତମାନ କିଛି କୁହାଯାଇପାରିବନାହିଁ। ଡାକ୍ତରମାନେ ମହିଳାଙ୍କ ବେକରେ ଚାପି ହୋଇଥିବା ଚିହ୍ନ ଦେଖିଛନ୍ତି। ଏନେଇ ଅଧିକ ଅନୁସନ୍ଧାନ ନିମନ୍ତେ ଫରେନ୍ସିକ୍ ଟିମ୍କୁ ଦାୟିତ୍ବ ଦିଆଯାଇଛି। ତେବେ ମହିଳାଙ୍କ ମୃତ ଦେହ ନଷ୍ଟ ହେବା ଆରମ୍ଭ କରିଥିଲା। ଏଥିରୁ ଅନୁମାନ କରାଯାଉଛି ଯେ ନିଜର ସ୍ବାମୀଙ୍କ ମୃତ୍ୟୁ ପୂର୍ବରୁ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ସନ୍ଦେହକୁ ଦମ୍ପତିଙ୍କ ଅକ୍ଟୋବର ୨୫ରେ ପ୍ରସ୍ତୁତ ଶେଷ ଭିଡିଓ ଆହୁରି ରହସ୍ୟମୟ କରିଛି। ଉଭୟେ ନିଜର ଭିଡିଓକୁ ମାଲାୟଲମ ଭାଷାରେ ‘ଭିଡ଼ା ପାରାୟୁକାୟାନେନ୍ନ ଜନମମ୍’ ( ଏହି ଜୀବନ ବିଦାୟ ନେବାକୁ କହୁଛି) ନାମିତ କରିଥିଲେ।




