ଭ୍ରଷ୍ଟାଚାର ବିରୋଧରେ ଅନଶନ ଆନ୍ଦୋଳନ କଲେ ସଚିନ୍ ପାଇଲଟ

ଜୟପୁର: ରାଜସ୍ଥାନରେ ବିଜେପି ଶାସନ କାଳରେ ଥିବା ବେଳେ ଭ୍ରଷ୍ଟାଚାର ସହ ଜଡ଼ିତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଅନଶନ ଆରମ୍ଭ କରିଛନ୍ତି କରିଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ୍। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଆନ୍ଦୋଳନ କରୁଥିବା ବେଳେ ଏହାକୁ ଦଳ ବିରୋଧୀ କାର୍ଯ୍ୟକଳାପ ବୋଲି କହିଛି କଂଗ୍ରେସ। ରାଜ୍ୟ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ପାଇଲଟ୍ ଏହି ଆନ୍ଦୋଳନ କରିଥିବା […]

Samaya Live Picture
Published On

ଜୟପୁର: ରାଜସ୍ଥାନରେ ବିଜେପି ଶାସନ କାଳରେ ଥିବା ବେଳେ ଭ୍ରଷ୍ଟାଚାର ସହ ଜଡ଼ିତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଅନଶନ ଆରମ୍ଭ କରିଛନ୍ତି କରିଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ୍। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଆନ୍ଦୋଳନ କରୁଥିବା ବେଳେ ଏହାକୁ ଦଳ ବିରୋଧୀ କାର୍ଯ୍ୟକଳାପ ବୋଲି କହିଛି କଂଗ୍ରେସ। ରାଜ୍ୟ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ପାଇଲଟ୍ ଏହି ଆନ୍ଦୋଳନ କରିଥିବା ବେଳେ ତାଙ୍କର ଏପରି କାର୍ଯ୍ୟକଳାପକୁ ନାପସନ୍ଦ କରିଛନ୍ତି ଗେହଲଟ୍। ଯଦି ତାଙ୍କର ସରକାରଙ୍କୁ ନେଇ କୌଣସି ସମସ୍ୟା ଥାଏ, ତେବେ ସେ ଗଣମାଧ୍ୟମ ତଥା ଜନସାଧାରଣଙ୍କ ପରିବର୍ତ୍ତେ ପାର୍ଟି ଫୋରମରେ ଆଲୋଚନା କରିପାରିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

Tags: