ଭୋପାଳର ଏକ କାରଖାନାରୁ ୧୮୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ, ୨ ଗିରଫ
ଭୋପାଳ: ଭୋପାଳରେ ଏକ କାରଖାନାରୁ ୧୮୦୦ କୋଟି ଟଙ୍କାର ସିନ୍ଥେଟିକ୍ ଡ୍ରଗ୍ସ ଜବତ ହୋଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଏବଂ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ୍)ର ମିଳିତ ଅପରେସନରେ ଏହି ଡ୍ରଗ୍ସ ଜବତ ହୋଇଛି। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏହି ଚଢ଼ାଉ ପରେ କାରଖାନାରେ ପ୍ରସ୍ତୁତ ହେଉଥିବା ଏମ୍ଡି (ମେଫେଡ୍ରୋନ୍) ଔଷଧ ଜବତ ହୋଇଛି। ବେଆଇନ ନିଶା ଦ୍ରବ୍ୟ ଉତ୍ପାଦନ ମାମଲାରେ କର୍ତ୍ତୃପକ୍ଷ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିବା ବେଳେ […]
ଭୋପାଳ: ଭୋପାଳରେ ଏକ କାରଖାନାରୁ ୧୮୦୦ କୋଟି ଟଙ୍କାର ସିନ୍ଥେଟିକ୍ ଡ୍ରଗ୍ସ ଜବତ ହୋଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଏବଂ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ୍)ର ମିଳିତ ଅପରେସନରେ ଏହି ଡ୍ରଗ୍ସ ଜବତ ହୋଇଛି। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏହି ଚଢ଼ାଉ ପରେ କାରଖାନାରେ ପ୍ରସ୍ତୁତ ହେଉଥିବା ଏମ୍ଡି (ମେଫେଡ୍ରୋନ୍) ଔଷଧ ଜବତ ହୋଇଛି। ବେଆଇନ ନିଶା ଦ୍ରବ୍ୟ ଉତ୍ପାଦନ ମାମଲାରେ କର୍ତ୍ତୃପକ୍ଷ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିବା ବେଳେ ଏହା ପଛରେ ଏକ ବଡ଼ ରୢାକେଟ୍ କାମ କରୁଥିବା ଜଣାପଡ଼ିଛି। ଡ୍ରଗ୍ସ ବିରୋଧରେ ଲଢ଼େଇ ଜାରି ରହିଥିବା ବେଳେ ଗୁଜରାଟ ଏଟିଏସ୍ ଏବଂ ଦିଲ୍ଲୀସ୍ଥିତ ଏନ୍ସିବି ଗୁଇନ୍ଦା ସୂଚନା ଆଧାରରେ ଏହି ଚଢ଼ଉ କରିଥିଲେ। ଜବତ ହୋଇଥିବା ଡ୍ରଗ୍ସର ମୂଲ୍ୟ ୧୮୧୪ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସିଗୁଡ଼ିକ ଡ୍ରଗ୍ସ କାରବାର ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେଉଥିବା ବେଳେ ଭୋପାଳରୁ ଏତେ ପରିମାଣର ସିନ୍ଥେଟିକ ଡ୍ରଗ୍ସ ଜବତ ହେବା ଏକ ବଡ଼ ସଫଳତା ବୋଲି କୁହାଯାଇଛି। ପ୍ରାୟ ଏକ ସପ୍ତାହ ତଳେ ଦିଲ୍ଲୀ ପୁଲିସ ସବୁଠାରୁ ବଡ ଡ୍ରଗ୍ସ କାରବାର ଠାବ କରିଥିଲା। ଦକ୍ଷିଣ ଦିଲ୍ଲୀର ମହିପାଲପୁରରୁ ୫୬୦ କିଲୋଗ୍ରାମରୁ ଅଧିକ କୋକେନ୍ ଏବଂ ୪୦ କିଲୋଗ୍ରାମ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫,୬୨୦ କୋଟି ଟଙ୍କା ହେବ। ଏହି ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ଗିରଫ କରାଯାଇଛି।




