ଭୋପାଳରେ ୧୨ ଘଣ୍ଟା ଧରି ଜଳୁଛି ବହୁତଳ ବିଶିଷ୍ଟ କୋଠା
ଭୋପାଳ : ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ବହୁତଳ ବିଶିଷ୍ଟ ‘ସତପୁରା ଭବନ’ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। କୋଠାଟି ପ୍ରାୟ ୧୨ ଘଣ୍ଟା ଜଳିବା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଛି। ଏହି କୋଠାରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟାଳୟ ରହିଛି। ଅପରାହ୍ନ ପ୍ରାୟ ୪ଟା ବେଳେ ସତପୁରା ଭବନର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଆରମ୍ଭ ହୋଇଥିଲା। ସେଠାରେ ଆଦିବାସୀ ମଙ୍ଗଳ ବିଭାର ଆଞ୍ଚଳିକ କାର୍ଯ୍ୟାଳୟ ରହିଛି। ଏହାପରେ ନିଆଁ ତୃତୀୟ ମହଲା ଉପରେ ଥିବା ୩ଟି […]
ଭୋପାଳ : ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ବହୁତଳ ବିଶିଷ୍ଟ ‘ସତପୁରା ଭବନ’ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। କୋଠାଟି ପ୍ରାୟ ୧୨ ଘଣ୍ଟା ଜଳିବା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଛି।
ଏହି କୋଠାରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟାଳୟ ରହିଛି। ଅପରାହ୍ନ ପ୍ରାୟ ୪ଟା ବେଳେ ସତପୁରା ଭବନର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଆରମ୍ଭ ହୋଇଥିଲା। ସେଠାରେ ଆଦିବାସୀ ମଙ୍ଗଳ ବିଭାର ଆଞ୍ଚଳିକ କାର୍ଯ୍ୟାଳୟ ରହିଛି। ଏହାପରେ ନିଆଁ ତୃତୀୟ ମହଲା ଉପରେ ଥିବା ୩ଟି ଯାକ ମହଲାକୁ ବ୍ୟାପି ଯାଇଥିଲା। ଏୟାର କଣ୍ଡିସନର ଏବଂ ଗ୍ୟାସ ସିଲିଣ୍ଡର ଗୁଡ଼ିକ ନିଆଁ ସଂସ୍ପର୍ଶରେ ଆସିବା ଯୋଗୁ ଏକାଧିକ ବିସ୍ଫୋରଣ ହୋଇଛି। ସେହି ଭବନରେ ଥିବା ସବୁ କାର୍ଯ୍ୟାଳୟ ପ୍ରଭାବିତ ହୋଇଛି। ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟର ଫାଇଲଗୁଡ଼ିକ ଜଳିଯାଇଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇ ଅଗ୍ନିକାଣ୍ଡ ସଂପର୍କରେ ଅବଗତ କରିଛନ୍ତି। ସେହିଭଳି ମୁଖ୍ୟମନ୍ତ୍ରୀ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ କଥା ହୋଇ ବାୟୁସେନାର ସହାୟତା ଲୋଡ଼ିଥିଲେ। ପରିଶେଷରେ ନିଆଁକୁ ନିୟନ୍ତ୍ରଣ କରାଯାଇଛି। ସିଆଇଏସଏଫ୍ ଏବଂ ସେନା ସହାୟତାରେ ନିଆଁକୁ ନିୟନ୍ତ୍ରଣ କରାଯାଇଛି ବୋଲି ଜିଲ୍ଲାପାଳ ଆଶିଷ ସିଂହ କହିଛନ୍ତି। ଅଗ୍ନିକାଣ୍ଡର ପ୍ରକୃତ କାରଣ କ’ଣ ଏଯାବତ ଜଣାପଡ଼ିନି। ଏସି ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ହୋଇଛି ବୋଲି କୁହାଯାଉଛି।




