ଭୋଟ୍ ପ୍ରତିଶତ ତଥ୍ୟ ନେଇ ଇସିଙ୍କଠାରୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରତିଟି ପର୍ଯ୍ୟାୟରେ ଭୋଟ୍ ଶେଷ ହେବାପରେ ନିର୍ବାଚନ କମିସନ୍ ତୁରନ୍ତ ଭୋଟ୍ ପ୍ରତିଶତ ତଥ୍ୟ ୱେବସାଇଟ୍ରେ ଅପଲୋଡ଼୍ କରିବାପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ଏହି ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଇସିଙ୍କୁ ଜବାବ ରଖିବାପାଇଁ କହିଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଜି ଏହି ଆବେଦନ ଉପରେ ଶୁଣାଶି କରିବା ସମୟରେ ଇସିଙ୍କଠାରୁ ଜବାବ ମାଗିଛନ୍ତି। କୋର୍ଟ ଇସିଙ୍କୁ ଗୋଟିଏ ସପ୍ତାହ ସମୟ ଦେଇଛନ୍ତି […]

Samaya Live Picture
Published On

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରତିଟି ପର୍ଯ୍ୟାୟରେ ଭୋଟ୍ ଶେଷ ହେବାପରେ ନିର୍ବାଚନ କମିସନ୍ ତୁରନ୍ତ ଭୋଟ୍ ପ୍ରତିଶତ ତଥ୍ୟ ୱେବସାଇଟ୍ରେ ଅପଲୋଡ଼୍ କରିବାପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ଏହି ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଇସିଙ୍କୁ ଜବାବ ରଖିବାପାଇଁ କହିଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଜି ଏହି ଆବେଦନ ଉପରେ ଶୁଣାଶି କରିବା ସମୟରେ ଇସିଙ୍କଠାରୁ ଜବାବ ମାଗିଛନ୍ତି। କୋର୍ଟ ଇସିଙ୍କୁ ଗୋଟିଏ ସପ୍ତାହ ସମୟ ଦେଇଛନ୍ତି ଏବଂ ମେ’ ୨୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ଉଲ୍ଳେଖଯୋଗ୍ୟ ଯେ ପ୍ରଥମ ୨ ପର୍ଯ୍ୟାୟ ନିର୍ବାଚନର ଭୋଟ୍ ପ୍ରତିଶତ ତଥ୍ୟ ବିଳମ୍ବରେ ପ୍ରକାଶ ହୋଇଥିବା ଅଭିଯୋଗରେ ଏନଜିଓ (ଆସୋସିଏସନ ଫର ଡିମୋକ୍ରାଟିକ ରିଫର୍ମସ) ସୁପ୍ରିମ୍କୋର୍ଟରେ ଏକ ଆବେଦନ କରିଥିଲା।

Tags: