ଭୋଟ୍ ଗ୍ରହଣର ଦିନକ ପୂର୍ବରୁ ପାକିସ୍ତାନରେ ବିସ୍ଫୋରଣ, ୨୨ ମୃତ

ଇସଲାମାବାଦ : ପାକିସ୍ତାନର ଦକ୍ଷିଣପଶ୍ଚିମ ପ୍ରଦେଶ ବାଲୁଚିସ୍ତାନରେ ନିର୍ବାଚନ ପ୍ରାର୍ଥୀଙ୍କ ଅଫିସ ନିକଟରେ ଆଜି ୨ଟି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୨୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ସାଧାରଣ ନିର୍ବାଚନ ଦିନକ ପୂର୍ବରୁ ପାକିସ୍ତାନରେ ୨ଟି ବିସ୍ଫୋରଣ ହୋଇଥିବାବେଳେ ଏହି ସମୟରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଉଲ୍ଖେଖଯୋଗ୍ୟ ଯେ ଗତ କିଛି ମାସ ଧରି ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ବଢ଼ିଛି। ଗତ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିବା ଇମ୍ରାନ ଖାନଙ୍କୁ ଏବେ ଜେଲ୍ଦଣ୍ଡ ହୋଇଛି। ସୁରକ୍ଷା ପ୍ରସଙ୍ଗକୁ […]

Samaya Live Picture
Published On

ଇସଲାମାବାଦ : ପାକିସ୍ତାନର ଦକ୍ଷିଣପଶ୍ଚିମ ପ୍ରଦେଶ ବାଲୁଚିସ୍ତାନରେ ନିର୍ବାଚନ ପ୍ରାର୍ଥୀଙ୍କ ଅଫିସ ନିକଟରେ ଆଜି ୨ଟି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୨୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ସାଧାରଣ ନିର୍ବାଚନ ଦିନକ ପୂର୍ବରୁ ପାକିସ୍ତାନରେ ୨ଟି ବିସ୍ଫୋରଣ ହୋଇଥିବାବେଳେ ଏହି ସମୟରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଉଲ୍ଖେଖଯୋଗ୍ୟ ଯେ ଗତ କିଛି ମାସ ଧରି ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ବଢ଼ିଛି। ଗତ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିବା ଇମ୍ରାନ ଖାନଙ୍କୁ ଏବେ ଜେଲ୍ଦଣ୍ଡ ହୋଇଛି। ସୁରକ୍ଷା ପ୍ରସଙ୍ଗକୁ ନେଇ ଚିନ୍ତା ବଢ଼ିଥିବାବେଳେ ସମସ୍ତ ଭୋଟିଂ ବୁଥରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ପାକିସ୍ତାନର ପିଶିନ ଜିଲ୍ଲାରେ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ଅଫିସ ନିକଟରେ ପ୍ରଥମ ଆକ୍ରମଣ ହୋଇଥିଲା। ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଫଗାନ ସୀମା ନିକଟସ୍ଥ କିଲା ସୈଫୁଲ୍ଲାରେ ଦ୍ବିତୀୟ ବିସ୍ଫୋରଣ ହୋଇଥିଲା। ତେବେ ଆକ୍ରମଣ ପଛରେ କାହାର ହାତ ଅଛି ସ୍ପଷ୍ଟ ଜଣାପଡ଼ିନି।

Tags: