ଭୋଟିଂ ସମୟରେ ପଶ୍ଚିମବଙ୍ଗରେ ହିଂସା ଅଭିଯୋଗ

ନୂଆଦିଲ୍ଲୀ : ଆଜି ୨୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ ତାଙ୍କ ପୁଅ କାର୍ତ୍ତି ପି ଚିଦମ୍ବରମ, କିମ୍ବଦନ୍ତୀ ଅଭିନେତା ରଜନୀକାନ୍ତ, ଆରଏସଏସ ମୁଖ୍ୟ ମୋହନ ଭାଗୱତ, ତାମିଲନାଡ଼ୁ ବିଜେପି ମୁଖ୍ୟ କେ ଆନ୍ନାମଲାଇ ଏବଂ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ଏବଂ ଅନ୍ୟମାନେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଦେଇଛନ୍ତି। ଇତି ମଧ୍ୟରେ ମତଦାନ ସମୟରେ […]

Samaya Live Picture
Published On

ନୂଆଦିଲ୍ଲୀ : ଆଜି ୨୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ ତାଙ୍କ ପୁଅ କାର୍ତ୍ତି ପି ଚିଦମ୍ବରମ, କିମ୍ବଦନ୍ତୀ ଅଭିନେତା ରଜନୀକାନ୍ତ, ଆରଏସଏସ ମୁଖ୍ୟ ମୋହନ ଭାଗୱତ, ତାମିଲନାଡ଼ୁ ବିଜେପି ମୁଖ୍ୟ କେ ଆନ୍ନାମଲାଇ ଏବଂ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ଏବଂ ଅନ୍ୟମାନେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଦେଇଛନ୍ତି। ଇତି ମଧ୍ୟରେ ମତଦାନ ସମୟରେ ପଶ୍ଚିମବଙ୍ଗରେ ହିଂସା ହୋଇଥିବା ନେଇ ଟିଏମ୍ସି ଅଭିଯୋଗ କରିଛି। ବିଜେପି ସମର୍ଥକମାନେ ଟିଏମସି କର୍ମୀମାନଙ୍କୁ ମାଡ଼ ମାରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ଏବଂ ଭୋଟରମାନଙ୍କୁ ଧମକ ଦେଉଛନ୍ତି ଟିଏମସି ପକ୍ଷରୁ ଅଭିଯୋଗ ହୋଇଛି। ଭୋଟ ଗ୍ରହଣ ପୂର୍ବରୁ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସା ଉପୁଜିଛି। ଟିଏମସି କୁଚ ବିହାର ବିଜେପି ପ୍ରାର୍ଥୀ ନିଶିଥ ପ୍ରାମାଣିକଙ୍କ ବିରୋଧରେ ନିର୍ବାଚନ କମିସନ (ଇସି)ଙ୍କ ନିକଟରେ ଅଭିଯୋଗ କରିଛି। ନିଶିଥ ବିଭିନ୍ନ ଅଞ୍ଚଳରେ କେନ୍ଦ୍ରୀୟ ବାହିନୀ ଗୁଡ଼ିକର ନିୟନ୍ତ୍ରଣ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେ ଘରେ ଅସ୍ତ୍ରଶସ୍ତ୍ର ରଖିଛନ୍ତି ଏବଂ ହିଂସା ସୃଷ୍ଟିକାରୀଙ୍କୁ ଘରେ ଆଶ୍ରୟ ଦେଇଛନ୍ତି ବୋଲି ଟିଏମସି ଅଭିଯୋଗ କରିଛି।

Tags: