ଭୋଟିଂ ବୁଥରେ ମୁସଲିମ ମହିଳାଙ୍କୁ ଯାଞ୍ଚ କରିବା ମାମଲାରେ ବିଜେପି ଉପରେ ବର୍ଷିଲେ ଅୱେସୀ

ନୂଆଦିଲ୍ଲୀ: ଏଆଇଏମ୍ଆଇଏମ୍ ମୁଖ୍ୟ ଅସଉଦ୍ଦିନ ଅୱେସୀ କହିଛନ୍ତି ଯେ ବିଜେପି ମୁସଲମାନ ମହିଳାଙ୍କୁ ଟାର୍ଗେଟ୍ କରୁଛି ଏବଂ ଭୋଟିଂ ପ୍ରକ୍ରିୟାରେ ସେମାନଙ୍କ ପାଇଁ ବାଧା ସୃଷ୍ଟି କରିବାକୁ ଯୋଜନା କରିଛି। ଦିଲ୍ଲୀରେ ବୁର୍ଖା ପିନ୍ଧା ମହିଳାମାନଙ୍କୁ ଭୋଟ୍ ଗ୍ରହଣ ସମୟରେ ସଠିକ୍ ଭାବେ ଯାଞ୍ଚ କରିବାପାଇଁ ଦିଲ୍ଲୀ ବିଜେପି ଶାଖା ପକ୍ଷରୁ ନିର୍ବାଚନ କମିସନଙ୍କ ନିକଟରେ ଦାବି କରାଯାଇଥିବାରୁ ଅୱେସୀ ଏହି ପ୍ରସଙ୍ଗରେ ବିଜେପି ବିରୋଧରେ ବର୍ଷିଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ଅୱେସୀ କହିଛନ୍ତି, ଦିଲ୍ଲୀ […]

Samaya Live Picture
Published On

ନୂଆଦିଲ୍ଲୀ: ଏଆଇଏମ୍ଆଇଏମ୍ ମୁଖ୍ୟ ଅସଉଦ୍ଦିନ ଅୱେସୀ କହିଛନ୍ତି ଯେ ବିଜେପି ମୁସଲମାନ ମହିଳାଙ୍କୁ ଟାର୍ଗେଟ୍ କରୁଛି ଏବଂ ଭୋଟିଂ ପ୍ରକ୍ରିୟାରେ ସେମାନଙ୍କ ପାଇଁ ବାଧା ସୃଷ୍ଟି କରିବାକୁ ଯୋଜନା କରିଛି। ଦିଲ୍ଲୀରେ ବୁର୍ଖା ପିନ୍ଧା ମହିଳାମାନଙ୍କୁ ଭୋଟ୍ ଗ୍ରହଣ ସମୟରେ ସଠିକ୍ ଭାବେ ଯାଞ୍ଚ କରିବାପାଇଁ ଦିଲ୍ଲୀ ବିଜେପି ଶାଖା ପକ୍ଷରୁ ନିର୍ବାଚନ କମିସନଙ୍କ ନିକଟରେ ଦାବି କରାଯାଇଥିବାରୁ ଅୱେସୀ ଏହି ପ୍ରସଙ୍ଗରେ ବିଜେପି ବିରୋଧରେ ବର୍ଷିଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ଅୱେସୀ କହିଛନ୍ତି, ଦିଲ୍ଲୀ ବିଜେପି କମିସନ୍ଙ୍କୁ ଏହା ଅନୁରୋଧ କରିଛନ୍ତି ଯେ ବୁର୍ଖା ପିନ୍ଧା ମହିଳାମାନଙ୍କୁ ସ୍ବତନ୍ତ୍ର ଭାବେ ଯାଞ୍ଚ କରାଯାଉ। ତେଲେଙ୍ଗାନାରେ ନିକଟରେ ଲୋକସଭା ନିର୍ବାଚନରେ ତାଙ୍କର ଜଣେ ପ୍ରାର୍ଥୀ ମୁସଲମାନ ମହିଳାଙ୍କ ବୁର୍ଖା ଖୋଲି ସେମାନଙ୍କ ପରିଚୟ ଯାଞ୍ଚ କରିଥିଲେ ଏବଂ ସେମାନଙ୍କୁ ଅପମାନିତ କରିଥିଲେ। ଅୱେସୀ କହିଛନ୍ତି, ପ୍ରତି ନିର୍ବାଚନରେ ବିଜେପିକୁ ମୁସଲମାନ ମହିଳାଙ୍କୁ ଟାର୍ଗେଟ୍ କରିବାପାଇଁ କିଛି ନା କିଛି ବାହାନା ମିଳିଯାଏ। ସେ କହିଛନ୍ତି, ନିର୍ବାଚନ କମିସନଙ୍କର ସ୍ପଷ୍ଟ ନିୟମ ରହିଛି ଯେ କେହି ବି ବିନା ଯାଞ୍ଚରେ ଭୋଟ୍ ଦେଇପାରିବେନି। ତେବେ ବିଜେପି କାହିଁକି ସ୍ବତନ୍ତ୍ର ଭାବେ ଏଭଳି ଦାବି କରୁଛି। କେବଳ ମୁସଲମାନ ମହିଳାଙ୍କୁ ଟାର୍ଗେଟ୍ କରି ସେମାନଙ୍କୁ ନିର୍ଯାତନା ଦେବା ଏବଂ ଭୋଟିଂ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ବିଜେପିର ଲକ୍ଷ୍ୟ ବୋଲି ସେ କହିଛନ୍ତି।

Tags: