ଭୋଟର ତାଲିକାରେ ହେରଫେର, ୪ ନିର୍ବାଚନ ଅଧିକାରୀ ନିଲମ୍ବିତ
କୋଲକତା: ନିର୍ବାଚନ କମିସନ୍ ଭୋଟର ତାଲିକାରେ ହେରଫେର ପାଇଁ ମଙ୍ଗଳବାର ପଶ୍ଚିମବଙ୍ଗର ୪ ନିର୍ବାଚନ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି । ନିର୍ବାଚନୀ ନିୟମ ଅନ୍ତର୍ଗତ ଉକ୍ତ ଅଧିକାରୀଙ୍କ ବିରୋଧରେ ଏତଲା ଦାୟର କରିବାକୁ ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କୁ ଇସିଆଇ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପଶ୍ଚିମବଙ୍ଗର ବାରୁଇପୁର ପୂର୍ବ ଏବଂ ମୋୟନା ନିର୍ବାଚନ ମଣ୍ଡଳୀରେ ବେଆଇନ ଭାବେ ଭୋଟର ତାଲିକାରେ ନାଁ ଯୋଡ଼ା ଯିବାକୁ ନେଇ […]
କୋଲକତା: ନିର୍ବାଚନ କମିସନ୍ ଭୋଟର ତାଲିକାରେ ହେରଫେର ପାଇଁ ମଙ୍ଗଳବାର ପଶ୍ଚିମବଙ୍ଗର ୪ ନିର୍ବାଚନ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି । ନିର୍ବାଚନୀ ନିୟମ ଅନ୍ତର୍ଗତ ଉକ୍ତ ଅଧିକାରୀଙ୍କ ବିରୋଧରେ ଏତଲା ଦାୟର କରିବାକୁ ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କୁ ଇସିଆଇ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପଶ୍ଚିମବଙ୍ଗର ବାରୁଇପୁର ପୂର୍ବ ଏବଂ ମୋୟନା ନିର୍ବାଚନ ମଣ୍ଡଳୀରେ ବେଆଇନ ଭାବେ ଭୋଟର ତାଲିକାରେ ନାଁ ଯୋଡ଼ା ଯିବାକୁ ନେଇ ସିଇଓ ଅଭିଯୋଗ କରିଥିଲେ। ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇଆରଓ) ଏବଂ ସହକାରୀ ଇଆରଓଙ୍କ ଦ୍ବାରା ଏହିସବୁ ଅନିୟମିତତା ହୋଇଥିବା ସିଇଓଙ୍କ ଦୃଷ୍ଟିକୁ ଆସିଥିଲା। ନିଲମ୍ବିତ ଅଧିକାରୀମାନେ ହେଲେ ଦେବୋତ୍ତମ ଦତ୍ତ ଚୌଧୁରୀ (ଇଆରଓ), ତଥାଗତ ମଣ୍ଡଳ (ଏଇଆରଓ), ବିପ୍ଳବ ସରକାର (ଇଆରଓ) ଏବଂ ସୁଦୀପ୍ତ ଦାସ (ଏଇଆରଓ)। ଡାଟା ଏଣ୍ଟ୍ରି ଭାବେ କାମ କରୁଥିବା ସୁରୋଜିତ ହାଲଦାରଙ୍କ ବିରୋଧରେ ମଧ୍ୟ ଏତଲା ରୁଜୁ କରିବାକୁ ସୁପାରିସ କରାଯାଇଛି।




