ଭୋଟର୍‌ ତାଲିକାରେ ନାମ ନଥିବାରୁ ଭୋଟ୍‌ ଦେଇ ପାରିଲେନି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ

ଡେରାଡୁନ : କଂଗ୍ରେସ ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ମତଦାନ କରିବାରୁ ବଞ୍ଚିତ ହୋଇଛନ୍ତି। ଗୁରୁବାର ସକାଳେ ସେ ଡେରାଡୁନର ପୌର ନିର୍ବାଚନରେ ଭୋଟ ଦେବା ପାଇଁ ବାହାରିଥିଲେ, କିନ୍ତୁ ଭୋଟର୍‌ ତାଲିକାରେ ତାଙ୍କ ନାମ ନଥିବାରୁ ସେ ମତଦାନ କରିପାରିନାହାନ୍ତି। ସେ ଦୀର୍ଘଦିନ ଧରି ସହରର ବାସିନ୍ଦା ରହି ଆସିଥିବା ବେଳେ ୨୦୨୨ ମସିହା ବିଧାନସଭା ନିର୍ବାଚନରେ ଡେରାଡୁନ୍‌ର ନିରଞ୍ଜନପୁରରେ ମତଦାନ କରିଥିଲେ। ହେଲେ ଏଥର ଭୋଟ୍‌ ଦେବାକୁ ପହଞ୍ଚିଲା ବେ‌ଳକୁ […]

Samaya Live Picture
Published On

ଡେରାଡୁନ : କଂଗ୍ରେସ ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ମତଦାନ କରିବାରୁ ବଞ୍ଚିତ ହୋଇଛନ୍ତି। ଗୁରୁବାର ସକାଳେ ସେ ଡେରାଡୁନର ପୌର ନିର୍ବାଚନରେ ଭୋଟ ଦେବା ପାଇଁ ବାହାରିଥିଲେ, କିନ୍ତୁ ଭୋଟର୍‌ ତାଲିକାରେ ତାଙ୍କ ନାମ ନଥିବାରୁ ସେ ମତଦାନ କରିପାରିନାହାନ୍ତି। ସେ ଦୀର୍ଘଦିନ ଧରି ସହରର ବାସିନ୍ଦା ରହି ଆସିଥିବା ବେଳେ ୨୦୨୨ ମସିହା ବିଧାନସଭା ନିର୍ବାଚନରେ ଡେରାଡୁନ୍‌ର ନିରଞ୍ଜନପୁରରେ ମତଦାନ କରିଥିଲେ। ହେଲେ ଏଥର ଭୋଟ୍‌ ଦେବାକୁ ପହଞ୍ଚିଲା ବେ‌ଳକୁ ତାଙ୍କୁ କୁହାଯାଇଥିଲା କି ଭୋଟ୍‌ର ତାଲିକାରେ ତାଙ୍କ ନାମ ନାହିଁ। ତେଣୁ ଆଉ କିଛି କରାଯାଇ ପାରିବନି। କଂଗ୍ରେସର ଏହି ବରିଷ୍ଠ ନେତା ୨୦୦୯ ମସିହାରୁ ଡେରାଡୁନର ନିରଞ୍ଜନପୁରରୁ ଭୋଟ ଦେଇ ଆସୁଛନ୍ତି। ତେବେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମତଦାନ କରିବାର ଅଧିକାର ନରହିବା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେ ଗଣମାଧ୍ୟମରେ ମତ ରଖି କହିଛନ୍ତି, ‘‘ମୁଁ ସକାଳଠାରୁ ଅପେକ୍ଷା କରିଛି। କିନ୍ତୁ ଯେଉଁ ମତଦାନ କେନ୍ଦ୍ରରେ ମୁଁ ଲୋକସଭା ନିର୍ବାଚନରେ ଭୋଟ ଦେଇଥିଲି ସେଠାରେ ମୋର ନାମ ମିଳିଲା ନାହିଁ। ବିଜେପି ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ସେ କହିଛନ୍ତି, “ମୁଁ ଅଧିକ ସତର୍କ ରହିବା ଉଚିତ ଥିଲା। ଜାଣିଛି ସେମାନେ ତାଲିକାରୁ ନାମ ଯୋଡିବା ଏବଂ କାଢିବାରେ ସାମିଲ ରୁହନ୍ତି।

Tags: