ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗରେ ଜଣେ ଗିରଫ
ନୂଆଦିଲ୍ଲୀ: ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ ଆଇସିୟୁରେ ଜଣେ ମହିଳା ଚିକିତ୍ସାଧୀନ ଅବସ୍ଥାରେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ। ମହିଳା ଜଣଙ୍କ ଭେଣ୍ଟିଲେଟରରେ ଥିବା ସମୟରେ ତାଙ୍କ ସହ ଏହି ଜଘନ୍ୟ କାଣ୍ଡ ଘଟିଥିଲା। ତେବେ ପୀଡ଼ିତା ମହିଳା ହସ୍ପିଟାଲ୍ରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ତାଙ୍କ ସ୍ବାମୀଙ୍କୁ ଏକଥା ଜଣାଇଥିଲେ ଏବଂ ପୁଲିସରେ ଏତଲା ରୁଜୁ କରିଥିଲେ। ଉକ୍ତ ଘଟଣାର ତଦନ୍ତ ପାଇଁ ଏକ ଏସ୍ଆଇଟି ଗଠନ ହୋଇଥିଲା। ଏସ୍ଆଇଟି ଏହି ମାମଲାର ତଦନ୍ତ କରି […]
ନୂଆଦିଲ୍ଲୀ: ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ ଆଇସିୟୁରେ ଜଣେ ମହିଳା ଚିକିତ୍ସାଧୀନ ଅବସ୍ଥାରେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ। ମହିଳା ଜଣଙ୍କ ଭେଣ୍ଟିଲେଟରରେ ଥିବା ସମୟରେ ତାଙ୍କ ସହ ଏହି ଜଘନ୍ୟ କାଣ୍ଡ ଘଟିଥିଲା। ତେବେ ପୀଡ଼ିତା ମହିଳା ହସ୍ପିଟାଲ୍ରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ତାଙ୍କ ସ୍ବାମୀଙ୍କୁ ଏକଥା ଜଣାଇଥିଲେ ଏବଂ ପୁଲିସରେ ଏତଲା ରୁଜୁ କରିଥିଲେ। ଉକ୍ତ ଘଟଣାର ତଦନ୍ତ ପାଇଁ ଏକ ଏସ୍ଆଇଟି ଗଠନ ହୋଇଥିଲା। ଏସ୍ଆଇଟି ଏହି ମାମଲାର ତଦନ୍ତ କରି ମେଦାନ୍ତ ହସ୍ପିଟାଲ୍ର ୮୦୦ ସିସିଟିଭି କ୍ୟାମେରା ଯାଞ୍ଚ କରିଥିଲା। ଶେଷରେ ଅଭିଯୁକ୍ତ ଧରାପଡ଼ିଲା। ଅଭିଯୁକ୍ତକୁ ପୁଲିସ ଆଜି ଗୁରୁଗ୍ରାମରୁ ଗିରଫ କରିଛି। ଏହି ୨୫ ବର୍ଷୀୟ ଅଭିଯୁକ୍ତର ନାଁ ଦୀପକ। ସେ ବିହାରର ମୁଜାଫରପୁର ଜିଲ୍ଲାର ବଧୌଲି ଗ୍ରାମ ବାସିନ୍ଦା। ଗତ ୫ ମାସ ହେବ ସେ ହସ୍ପିଟାଲରେ ଜଣେ ଟେକ୍ନିସିଆନ ଭାବେ କାମ କରୁଥିଲା।
ଉଲ୍ଲେଖଯୋଗ୍ୟ, ଏପ୍ରିଲ ୬ ତାରିଖରେ ପୀଡ଼ିତା (ଜଣେ ଏୟାର ହୋଷ୍ଟେସ୍) ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲ୍ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଅଭିଯୁକ୍ତ ଏଭଳି ଅମାନବୀୟ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଏପ୍ରିଲ ୧୩ ତାରିଖରେ ଏହି ଘଟଣା ସଂକ୍ରାନ୍ତରେ ଜଣାପଡ଼ିଲା। ମହିଳାଙ୍କ ଅଭିଯୋଗ ଆଧାରରେ ସଦର ଧାନାରେ ଏପ୍ରିଲ ୧୪ ତାରିଖରେ ଏକ ମାମଲା ରୁଜୁ ହେଲା।




