ଭୂସ୍ଖଳନ ଯୋଗୁଁ ଉତ୍ତରକାଶୀ ସୁଡ଼ଙ୍ଗ ଉଦ୍ଧାର ଅପରେସନରେ ବାଧା
ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ସୁଡ଼ଙ୍ଗରେ ଫସିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ଅପରେସନ୍ ଜାରି ରହିଛି। ଲଗାତାର ୪ ଦିନ ଧରି ଉଦ୍ଧାର ଅପରେସନ ଜାରି ରହିଥିଲେ ସୁଦ୍ଧା ୪୦ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରିନି। ମଙ୍ଗଳବାର ରାତିରେ ପୁଣି ଭୂସ୍ଖଳନ ଯୋଗୁଁ ଉଦ୍ଧାର ଅପରେସନ୍ରେ ବାଧା ଉପୁଜିଛି। ଭୂସ୍ଖଳନ ଯୋଗୁଁ ୨ ଜଣ ଉଦ୍ଧାର କର୍ମୀ ଆହତ ହୋଇଛନ୍ତି। ଶ୍ରମିକଙ୍କୁ ଉଦ୍ଧାର କରିବାପାଇଁ ନୂଆ ଡ୍ରିଲିଂ ମେସିନ୍ ବ୍ୟବହାର ହୋଇଛି। ୯୦୦ ଏମ୍ଏମ୍ର ଏକ ପାଇପ୍ […]
ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ସୁଡ଼ଙ୍ଗରେ ଫସିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ଅପରେସନ୍ ଜାରି ରହିଛି। ଲଗାତାର ୪ ଦିନ ଧରି ଉଦ୍ଧାର ଅପରେସନ ଜାରି ରହିଥିଲେ ସୁଦ୍ଧା ୪୦ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରିନି। ମଙ୍ଗଳବାର ରାତିରେ ପୁଣି ଭୂସ୍ଖଳନ ଯୋଗୁଁ ଉଦ୍ଧାର ଅପରେସନ୍ରେ ବାଧା ଉପୁଜିଛି। ଭୂସ୍ଖଳନ ଯୋଗୁଁ ୨ ଜଣ ଉଦ୍ଧାର କର୍ମୀ ଆହତ ହୋଇଛନ୍ତି। ଶ୍ରମିକଙ୍କୁ ଉଦ୍ଧାର କରିବାପାଇଁ ନୂଆ ଡ୍ରିଲିଂ ମେସିନ୍ ବ୍ୟବହାର ହୋଇଛି। ୯୦୦ ଏମ୍ଏମ୍ର ଏକ ପାଇପ୍ ବ୍ୟବହାର ହୋଇଛି। ସବୁକିଛି ଯଦି ଯୋଜନା ମୁତାବକ ଚାଲେ ତେବେ ଫସିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇପାରିବ। ଉଲ୍ଲେଖଯୋଗ୍ୟ ଯେ ଫସିଥିବା ଶ୍ରମିକଙ୍କ ମଧ୍ୟରେ ୩ ଜଣ ଓଡ଼ିଆ ଅଛନ୍ତି।




