ଭୂସ୍ଖଳନର ୪ ଦିନ ପରେ ୪ ଜଣ ଜୀବନ୍ତ ଉଦ୍ଧାର ହେଲେ

ୱାୟନାଡ଼: କେରଳର ୱାୟନାଡ଼ରେ ଘଟିଥିବା ବଡ଼ଧରଣର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୩୨୦ ଟପିଯାଇଛି ଏବଂ ଆହୁରି ୨୯୫ ଲୋକ ଏବେ ବି ନିଖୋଜ ଅଛନ୍ତି। ଲଗାତାର ୪ ଦିନ ଧରି ଉଦ୍ଧାର ଅପରେସନ୍‌ ଜାରି ରହିଛି। ତେବେ ଦୁର୍ଘଟଣାକୁ ୪ ଦିନ ବିତିଯାଇଥିଲେ ବି ଆଜି ଚତୁର୍ଥ ଦିନରେ ୪ ଜଣ ଜୀବିତ ଉଦ୍ଧାର ହୋଇଛନ୍ତି। ଚୁରାଲମାଲାଠାରୁ ୩ କିମି ଦୂର ପଦଭଟିକୁନ୍ନୁରେ ଏକ ପରିବାରର ସମସ୍ତ ୪ ଜଣ ସଦସ୍ୟ ସେମାନଙ୍କ ଭଙ୍ଗା ଘରେ ଫସି […]

Samaya Live Picture
Published On

ୱାୟନାଡ଼: କେରଳର ୱାୟନାଡ଼ରେ ଘଟିଥିବା ବଡ଼ଧରଣର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୩୨୦ ଟପିଯାଇଛି ଏବଂ ଆହୁରି ୨୯୫ ଲୋକ ଏବେ ବି ନିଖୋଜ ଅଛନ୍ତି। ଲଗାତାର ୪ ଦିନ ଧରି ଉଦ୍ଧାର ଅପରେସନ୍‌ ଜାରି ରହିଛି। ତେବେ ଦୁର୍ଘଟଣାକୁ ୪ ଦିନ ବିତିଯାଇଥିଲେ ବି ଆଜି ଚତୁର୍ଥ ଦିନରେ ୪ ଜଣ ଜୀବିତ ଉଦ୍ଧାର ହୋଇଛନ୍ତି। ଚୁରାଲମାଲାଠାରୁ ୩ କିମି ଦୂର ପଦଭଟିକୁନ୍ନୁରେ ଏକ ପରିବାରର ସମସ୍ତ ୪ ଜଣ ସଦସ୍ୟ ସେମାନଙ୍କ ଭଙ୍ଗା ଘରେ ଫସି ରହିଥିବାବେଳେ ସେମାନଙ୍କୁ ସେନା ଉଦ୍ଧାର କରିଛି। ଏହି ଘଟଣା ପରେ ଆତ୍ମୀୟଙ୍କୁ ଖୋଜି ବୁଲୁଥିବା ଲୋକଙ୍କ ମନରେ ଏକ ନୂଆ ଆଶା ସଞ୍ଚାର ହୋଇଛି। ମାଟିତଳୁ ଜୀବନ ଖୋଜୁଛନ୍ତି ଯବାନ। ପଙ୍କ କାଦୁଅ ତଳୁ ଏବଂ ଭଙ୍ଗା ଘର ତଳୁ ତନ ତନ କରି ତଲାସି ଜାରି ରହିଛି।

Tags: