ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ୩୦ ମିନିଟ୍ରେ ୩ ଥର ଭୂକମ୍ପ
କାବୁଲ : ଆଫଗାନିସ୍ତାନରେ ଆଜି ୩୦ ମାତ୍ର ୩୦ ମିନିଟ୍ରେ ୩ ଶକ୍ତିଶାଳୀ ଭୂକମ୍ପ ହୋଇଛି। ଭୂକମ୍ପର ଝଟ୍କା ଏତେ ଭୟଙ୍କର ଥିଲା ଯେ ଏହା ଆତଙ୍କ ଖେଳାଇ ଦେଇଥିଲା। ଆଫଗାନିସ୍ତାନର ପଶ୍ଚିମ ଅଂଶରେ ଅପରାହ୍ନ ୧୨.୪୨ରେ ୬.୨ ତୀବ୍ରତାର ଭୂକମ୍ପ ହୋଇଥିବାବେଳେ ୧୨.୧୯ରେ ୫.୬ ଏବଂ ୧୨.୧୧ରେ ୬.୧ ତୀବ୍ରତାର ଭୂକମ୍ପ ହୋଇଛି। ହେରତ ସହରର ଦକ୍ଷିଣ ପଶ୍ଚିମରେ ୪୦ କିମି ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ଗତ ମଙ୍ଗଳବାର ଦିନ […]
କାବୁଲ : ଆଫଗାନିସ୍ତାନରେ ଆଜି ୩୦ ମାତ୍ର ୩୦ ମିନିଟ୍ରେ ୩ ଶକ୍ତିଶାଳୀ ଭୂକମ୍ପ ହୋଇଛି। ଭୂକମ୍ପର ଝଟ୍କା ଏତେ ଭୟଙ୍କର ଥିଲା ଯେ ଏହା ଆତଙ୍କ ଖେଳାଇ ଦେଇଥିଲା। ଆଫଗାନିସ୍ତାନର ପଶ୍ଚିମ ଅଂଶରେ ଅପରାହ୍ନ ୧୨.୪୨ରେ ୬.୨ ତୀବ୍ରତାର ଭୂକମ୍ପ ହୋଇଥିବାବେଳେ ୧୨.୧୯ରେ ୫.୬ ଏବଂ ୧୨.୧୧ରେ ୬.୧ ତୀବ୍ରତାର ଭୂକମ୍ପ ହୋଇଛି। ହେରତ ସହରର ଦକ୍ଷିଣ ପଶ୍ଚିମରେ ୪୦ କିମି ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ଗତ ମଙ୍ଗଳବାର ଦିନ ନେପାଳରେ ୪ ଥର ଭୂକମ୍ପ ହୋଇଥିଲା। ନେପାଳରେ ଭୂକମ୍ପ ପାଇଁ ଉତ୍ତର ଭାରତରେ ଏହାର ଝଟ୍କା ଅନୁଭୂତ ହୋଇଥିଲା। ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ଗତ ସେପ୍ଟେମ୍ବର ୪ ତାରିଖରେ ମଧ୍ୟ ଆଫଗାନିସ୍ତାନର ଫୟଜାବାଦରେ ୪.୪ ତୀବ୍ରତାର ଭୂକମ୍ପ ହୋଇଥିଲା। ଅଗଷ୍ଟ ୨୮ରେ ୪.୮ ତୀତ୍ରବାର ଅନ୍ୟ ଏକ ଭୂକମ୍ପ ହୋଇଥିଲା।




