ଭୁଲ୍ ବିଦ୍ୟୁତ ବିଲ୍ ପାଇଁ ବାରଣାସୀ ବିଦ୍ୟୁତ ବିଭାଗର ୪ ଅଫିସର ଦଣ୍ଡିତ: ‘୨ ଅନାଥ ଆଶ୍ରମ ଲୋକଙ୍କୁ ଖୁଆଇବେ’

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବାରଣାସୀ ବିଦ୍ୟୁତ ବିଭାଗର ୪ ଜଣ ଅଧିକାରୀ ଜଣେ ବ୍ୟକ୍ତିଙ୍କ ନାଁରେ ଭୁଲ୍ ବିଦ୍ୟୁତ ବିଲ୍ କରି ତାଙ୍କୁ ମାନସିକ ନିର୍ଯାତନା ଦେଇଥିବାରୁ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଉତ୍ତରପ୍ରଦେଶ ପାୱାର କର୍ପୋରେସନ ଲିମିଟେଡର ଅଫିସରମାନେ ଉତ୍ତରପ୍ରଦେଶ ରାଜ୍ୟ ସୂଚନା କମିସନ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଉମା ଶଙ୍କର ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ଉପରେ ୨ ଲକ୍ଷରୁ ଅଧିକ ଟଙ୍କାର ବିଲ୍ କରାଯାଇଛି। ୧୯୧୧ ମସିହାରୁ ବକେୟା […]

Samaya Live Picture
Published On

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବାରଣାସୀ ବିଦ୍ୟୁତ ବିଭାଗର ୪ ଜଣ ଅଧିକାରୀ ଜଣେ ବ୍ୟକ୍ତିଙ୍କ ନାଁରେ ଭୁଲ୍ ବିଦ୍ୟୁତ ବିଲ୍ କରି ତାଙ୍କୁ ମାନସିକ ନିର୍ଯାତନା ଦେଇଥିବାରୁ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଉତ୍ତରପ୍ରଦେଶ ପାୱାର କର୍ପୋରେସନ ଲିମିଟେଡର ଅଫିସରମାନେ ଉତ୍ତରପ୍ରଦେଶ ରାଜ୍ୟ ସୂଚନା କମିସନ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଉମା ଶଙ୍କର ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ଉପରେ ୨ ଲକ୍ଷରୁ ଅଧିକ ଟଙ୍କାର ବିଲ୍ କରାଯାଇଛି। ୧୯୧୧ ମସିହାରୁ ବକେୟା ବିଲ୍ ରହି ୨ ଲକ୍ଷରୁ ଅଧିକ ଟଙ୍କାର ବିଲ୍ ହୋଇଛି ବୋଲି ଅଧିକାରୀମାନେ ଦାବି କରିଛନ୍ତି। ଉମା ଶଙ୍କରଙ୍କୁ ୨.୨୪ ଲକ୍ଷ ଟଙ୍କାର ବିଦ୍ୟୁତ ବିଲ୍ ପୈଠ କରିବାକୁ କୁହାଯାଇଛି। ଉମାଶଙ୍କର ଏହାର ବିରୋଧ କରିଥିଲେ। କିଛି ଲାଭ ନମିଳିବାରୁ ସେ ଆରଟିଆଇରୁ ତଥ୍ୟ ମାଗିଥିଲେ। କିନ୍ତୁ ଆରଟିଆଇରୁ ମଧ୍ୟ ତାଙ୍କୁ ସଠିକ ତଥ୍ୟ ମିଳିଲାନି। ଏହାପରେ ସେ ଏହି ମାମଲାକୁ ଉତ୍ତରପ୍ରଦେଶ ସୂଚନା କମିସନ ନିକଟରେ ପହଞ୍ଚାଇଲେ। ଏହାପରେ ଏହି ମାମଲାର ତନାଘନା ହେଲା। ଫଳସ୍ବରୂପ ୪ ଜଣ ୟୁପିପିସିଏଲ୍ ଅଫିସର ଦୋଷୀସାବ୍ୟସ୍ତ ହେଲେ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଦଣ୍ଡ ସ୍ବରୂପ ସେମାନଙ୍କୁ ୨ଟି ଅନାଥ ଆଶ୍ରମର ଲୋକମାନଙ୍କୁ ଖାଇବାକୁ ଦେବାକୁ କୁହାଯାଇଛି ବୋଲି ରାଜ୍ୟ ସୂଚନା କମିସନର ଅଜୟ କୁମାର ଉପରେଟି କହିଛନ୍ତି।

Tags: