ଭୁଲ୍ ବସତଃ ଇସ୍ରାଏଲୀ ପଣବନ୍ଦୀଙ୍କୁ ମାରିଦେଲେ ଇସ୍ରାଏଲୀ ସୈନିକ
ଜେରୁଜେଲମ : ୩ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ଭୁଲ୍ ବସତଃ ମାରିଦେଇଛନ୍ତି ଇସ୍ରାଏଲୀ ସେନା ବାହିନୀ। ଅତ୍ୟନ୍ତ ଯୁଦ୍ଧପ୍ରବଣ ଅଞ୍ଚଳରେ ଏହି ଘଟଣା ଘଟିଛି। ଯେଉଁ ଅଞ୍ଚଳରେ ହମାସ ଆତଙ୍କବାଦୀମାନେ ନାଗରିକ ବେଶରେ ରହି ଛଦ୍ମରେ ଆକ୍ରମଣ କରୁଛନ୍ତି ସେହି ଅଞ୍ଚଳରେ ଇସ୍ରାଏଲୀ ସୈନିକ ଇସ୍ରାଏଲୀ ପଣବନ୍ଦୀଙ୍କୁ ହମାସ ଆତଙ୍କବାଦୀ ଭାବି ସେମାନଙ୍କୁ ମାରି ଦେଇଛନ୍ତି। ସେମାନେ ସମସ୍ତେ ବିନା ପୋଷାକରେ ଥିଲେ ଏବଂ ହାତରେ ଏକ ବାଡ଼ି ଧରିଥିଲେ । ଏହି ବାଡ଼ିରେ ଏକ ଧଳା […]
ଜେରୁଜେଲମ : ୩ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ଭୁଲ୍ ବସତଃ ମାରିଦେଇଛନ୍ତି ଇସ୍ରାଏଲୀ ସେନା ବାହିନୀ। ଅତ୍ୟନ୍ତ ଯୁଦ୍ଧପ୍ରବଣ ଅଞ୍ଚଳରେ ଏହି ଘଟଣା ଘଟିଛି। ଯେଉଁ ଅଞ୍ଚଳରେ ହମାସ ଆତଙ୍କବାଦୀମାନେ ନାଗରିକ ବେଶରେ ରହି ଛଦ୍ମରେ ଆକ୍ରମଣ କରୁଛନ୍ତି ସେହି ଅଞ୍ଚଳରେ ଇସ୍ରାଏଲୀ ସୈନିକ ଇସ୍ରାଏଲୀ ପଣବନ୍ଦୀଙ୍କୁ ହମାସ ଆତଙ୍କବାଦୀ ଭାବି ସେମାନଙ୍କୁ ମାରି ଦେଇଛନ୍ତି। ସେମାନେ ସମସ୍ତେ ବିନା ପୋଷାକରେ ଥିଲେ ଏବଂ ହାତରେ ଏକ ବାଡ଼ି ଧରିଥିଲେ । ଏହି ବାଡ଼ିରେ ଏକ ଧଳା ପୋଷାକ ଗୁଡ଼ା ହୋଇଥିଲା। ସୈନିକମାନେ ନିଜ ପ୍ରତି ବିପଦ ଅଛି ବୋଲି ଭାବି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ସମସ୍ତ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି। ତେବେ ପରେ ଜାଣିବାକୁ ମିଳିଛି ଯେ ଉକ୍ତ ୩ ଜଣ ହେଉଛନ୍ତି ଇସ୍ରାଏଲୀ ପଣବନ୍ଦୀ।




