ଭି ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ : ଭି ନାରାୟଣନ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ନୂଆ ଅଧ୍ୟକ୍ଷ। ଇସ୍ରୋ ଅଧ୍ୟକ୍ଷ ତଥା ଅନ୍ତରୀକ୍ଷ ବିଭାଗ ସଚିବ ଭାବେ ତାଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି। ବର୍ତ୍ତମାନ ଅଧ୍ୟକ୍ଷ ଥିବା ଏସ୍. ସୋମନାଥଙ୍କ ଠାରୁ ସେ ଆସନ୍ତା ୧୪ ତାରିଖରେ ଇସ୍ରୋର ଦାୟିତ୍ୱ ଗ୍ରହଣ କରିବେ। କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ନିଯୁକ୍ତି କମିଟି ଏ ନେଇ ସୂଚନା ଜାରି କରିଛି। ୨ ବର୍ଷ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ। ଭି […]

Samaya Live Picture
Published On

ନୂଆଦିଲ୍ଲୀ : ଭି ନାରାୟଣନ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ନୂଆ ଅଧ୍ୟକ୍ଷ। ଇସ୍ରୋ ଅଧ୍ୟକ୍ଷ ତଥା ଅନ୍ତରୀକ୍ଷ ବିଭାଗ ସଚିବ ଭାବେ ତାଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି। ବର୍ତ୍ତମାନ ଅଧ୍ୟକ୍ଷ ଥିବା ଏସ୍. ସୋମନାଥଙ୍କ ଠାରୁ ସେ ଆସନ୍ତା ୧୪ ତାରିଖରେ ଇସ୍ରୋର ଦାୟିତ୍ୱ ଗ୍ରହଣ କରିବେ। କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ନିଯୁକ୍ତି କମିଟି ଏ ନେଇ ସୂଚନା ଜାରି କରିଛି। ୨ ବର୍ଷ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ। ଭି ନାରାୟଣନଙ୍କ ପଖରେ ପ୍ରାୟ ୪ ଦଶନ୍ଧିର ଅଭିଜ୍ଞତା ରହିଛି। ସେ ଭାରତୀୟ ଅନ୍ତରୀକ୍ଷ ସଂଗଠନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିଆସିଛନ୍ତି।

Tags: