ଭିସା ସେବା ଆରମ୍ଭ କରିବା ସଂକ୍ରାନ୍ତ ଭାରତର ନିଷ୍ପତ୍ତିକୁ କାନାଡ଼ାର ସ୍ବାଗତ
ନୂଆଦିଲ୍ଲୀ: ଭିସା ସେବା ଆରମ୍ଭ କରିବା ସଂକ୍ରାନ୍ତ ଭାରତ ସରକାରଙ୍କ ନିଷ୍ପତ୍ତିକୁ କାନାଡ଼ା ସ୍ବାଗତ କରିଛି। କାନାଡ଼ା ସ୍ଥିତ ଭାରତର ହାଇ କମିସନ୍ ପକ୍ଷରୁ ବୁଧବାର ଏହା କୁହାଯାଇଛି ଯେ କାନାଡ଼ା ନାଗରିକଙ୍କ ପାଇଁ ଦେଶର ଅଧିକାରୀମାନେ କିଛି ଭିସା ଆବେଦନ ପାଇଁ ପ୍ରକ୍ରିୟା ଆରମ୍ଭ କରିବେ। ଉଲ୍ଲେଖଯୋଗ୍ୟ ଯେ ଗତ ମାସରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଥିବା ନେଇ ଦେଇଥିବା ଟିପ୍ପଣୀ […]
ନୂଆଦିଲ୍ଲୀ: ଭିସା ସେବା ଆରମ୍ଭ କରିବା ସଂକ୍ରାନ୍ତ ଭାରତ ସରକାରଙ୍କ ନିଷ୍ପତ୍ତିକୁ କାନାଡ଼ା ସ୍ବାଗତ କରିଛି। କାନାଡ଼ା ସ୍ଥିତ ଭାରତର ହାଇ କମିସନ୍ ପକ୍ଷରୁ ବୁଧବାର ଏହା କୁହାଯାଇଛି ଯେ କାନାଡ଼ା ନାଗରିକଙ୍କ ପାଇଁ ଦେଶର ଅଧିକାରୀମାନେ କିଛି ଭିସା ଆବେଦନ ପାଇଁ ପ୍ରକ୍ରିୟା ଆରମ୍ଭ କରିବେ। ଉଲ୍ଲେଖଯୋଗ୍ୟ ଯେ ଗତ ମାସରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଥିବା ନେଇ ଦେଇଥିବା ଟିପ୍ପଣୀ ପାଇଁ ଭାରତ ଏବଂ କାନାଡ଼ା ମଧ୍ୟରେ କୂଟନୈତିକ ବିବାଦ ଆରମ୍ଭ ହୋଇଥିଲା। ଏହି କାରଣ ପାଇଁ ଭାରତ ଗତମାସରେ କାନାଡ଼ାରେ ଏହାତର ଭିସା ସେବା ବନ୍ଦ କରିଥିଲା। ତେବେ ମାସକ ପରେ ଭାରତ ପୁଣିଥରେ କାନାଡ଼ା ନାଗରିକଙ୍କ ପାଇଁ କିଛି ଅଂଶରେ ଭିସା ସେବା ଆରମ୍ଭ କରିବାପାଇଁ ନିଷ୍ପତ୍ତି ନେଇଛି। ତେଣୁ କାନାଡ଼ା ଭାରତର ଏହି ପଦକ୍ଷେପକୁ ଏକ ଭଲ ସଙ୍କେତ ବୋଲି କହିଛି। ଭାରତ ଏଣ୍ଟ୍ରି ଭିସା, ବିଜନେସ ଭିସା, ମେଡିକାଲ ଭିସା ଏବଂ କନଫରେନ୍ସ ଭିସା ସେବା ପୁଣିଥରେ ଆରମ୍ଭ କରିବ।




