ଭିଏତ୍ନାମରେ ଅଚାନକ ବନ୍ୟା ଆସିବାରୁ ୧୬ ମୃତ, ୪୦ ନିଖୋଜ
ହାନୋଇ: ଟାଇଫୁନ୍ ‘ୟାଗି’ ପ୍ରଭାବରେ ଭିଏତନାମରେ ବ୍ୟାପକ କ୍ଷତି ହୋଇଛି। ଲଗାଣ ବର୍ଷା ଯୋଗୁଁ ଉତ୍ତରପଶ୍ଚିମ ସୀମାରେ ସୃଷ୍ଟି ହୋଇଥିବା ଅଚାନକ ବନ୍ୟାରେ ଏକ ପଡ଼ା ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇଯାଇଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି ଓ ଏଯାଏଁ ୪୦ଜଣ ନିଖୋଜ ଅଛନ୍ତି। ଭିଏତନାମ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ଦକ୍ଷିଣ ଚୀନ ସୀମାନ୍ତ ଲାଓ କାଇ ଅଞ୍ଚଳର ଲାଙ୍ଗନୁ ପଡ଼ାରେ ପ୍ରାୟ ୩୬ଟି ପରିବାର ବସବାସ କରୁଥିଲେ। ନିକଟସ୍ଥ ପାହାଡ଼ରୁ ଆସିଥିବା ଅଚାନକ […]
ହାନୋଇ: ଟାଇଫୁନ୍ ‘ୟାଗି’ ପ୍ରଭାବରେ ଭିଏତନାମରେ ବ୍ୟାପକ କ୍ଷତି ହୋଇଛି। ଲଗାଣ ବର୍ଷା ଯୋଗୁଁ ଉତ୍ତରପଶ୍ଚିମ ସୀମାରେ ସୃଷ୍ଟି ହୋଇଥିବା ଅଚାନକ ବନ୍ୟାରେ ଏକ ପଡ଼ା ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇଯାଇଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି ଓ ଏଯାଏଁ ୪୦ଜଣ ନିଖୋଜ ଅଛନ୍ତି।
ଭିଏତନାମ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ଦକ୍ଷିଣ ଚୀନ ସୀମାନ୍ତ ଲାଓ କାଇ ଅଞ୍ଚଳର ଲାଙ୍ଗନୁ ପଡ଼ାରେ ପ୍ରାୟ ୩୬ଟି ପରିବାର ବସବାସ କରୁଥିଲେ। ନିକଟସ୍ଥ ପାହାଡ଼ରୁ ଆସିଥିବା ଅଚାନକ ବନ୍ୟାରେ ସମଗ୍ର ପଡ଼ା ଧୋଇ ହୋଇଯିବା ସହ ମାଟିକାଦୁଅରେ ପୋତି ହୋଇଯାଇଥିଲା। ଉଦ୍ଧାରକାର୍ଯ୍ୟରେ ବର୍ତ୍ତମାନ ସୁଦ୍ଧା ୧୬ଜଣଙ୍କ ମୃତ ଦେହ ମିଳିଥିବା ବେଳେ ୪୦ଜଣ ନିଖୋଜ ଅଛନ୍ତି। ଏହାକୁ ମିଶାଇ ଟାଇଫୁନ୍ ‘ୟାଗି’ ପ୍ରଭାବରେ ଦେଶରେ ମୃତ୍ୟୁ ସଂଖ୍ୟା ୧୪୧କୁ ବୃଦ୍ଧି ପାଇଛି ଓ ୬୯ଜଣ ନିଖୋଜ ଅଛନ୍ତି।




