ଭିଏତନାମ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୫୦ରୁ ଅଧିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଭିଏତନାମର ଏକ ଆପାର୍ଟମେଣ୍ଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ହୋଇ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ଭିଏତନାମ ରାଜଧାନୀ ହାନୋଇରେ ଏହି ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡର କାରଣ କ’ଣ ସ୍ପଷ୍ଟ ଜଣାପଡ଼ିନି। ୯ ମହଲା ଆପାର୍ଟମେଣ୍ଟ୍‌ କୋଠାରେ ଗତକାଲି ରାତି ୧୧.୩୦ରେ ନିଆଁ ଲାଗିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ‌ ହୋଇଥିଲା। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି। ଏହି ଆପାର୍ଟମେଣ୍ଟରେ ପ୍ରାୟ ୪୫ଟି ପରିବାର ରହୁଥିଲେ। ଅନେକ […]

Samaya Live Picture
Published On

ନୂଆଦିଲ୍ଲୀ : ଭିଏତନାମର ଏକ ଆପାର୍ଟମେଣ୍ଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ହୋଇ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ଭିଏତନାମ ରାଜଧାନୀ ହାନୋଇରେ ଏହି ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡର କାରଣ କ’ଣ ସ୍ପଷ୍ଟ ଜଣାପଡ଼ିନି। ୯ ମହଲା ଆପାର୍ଟମେଣ୍ଟ୍‌ କୋଠାରେ ଗତକାଲି ରାତି ୧୧.୩୦ରେ ନିଆଁ ଲାଗିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ‌ ହୋଇଥିଲା। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି। ଏହି ଆପାର୍ଟମେଣ୍ଟରେ ପ୍ରାୟ ୪୫ଟି ପରିବାର ରହୁଥିଲେ। ଅନେକ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କର ଚିକିତ୍ସା ଜାରି ରହିଛି। କିନ୍ତୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ।

Tags: