ଭିଏତନାମରେ ବାଇଡେନଙ୍କ ସାମ୍ବାଦିକ ସମ୍ମିଳନୀ ପ୍ରସଙ୍ଗରେ ମୋଦୀଙ୍କୁ କଂଗ୍ରେସର କଟାକ୍ଷ

ନୂଆଦିଲ୍ଲୀ : ଭାରତରେ ଜି-୨୦ ସମ୍ମିଳନୀରେ ଯୋଗ ଦେବାପରେ ଆମେରିକା ରାଷ୍ଟ୍ରପତି ଗୋ ବାଇଡେନ୍‌ ଗତକାଲି ଭିଏତନାମ ଗସ୍ତ କରିଥିଲେ। ଭିଏତନାମରେ ବାଇଡେନ ଗଣମାଧ୍ୟମରେ ଉଦ୍‌ବୋଧନ ଦେଇ ଜି-୨୦ ବୈଠକ ଏବଂ ମୋଦୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ବେଳେ ଉଠାଇଥିବା ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗ କଥା କହିଥିଲେ। ବାଇଡେନ କହିଥିଲେ ଯେ ସେ ମାନବ ଅଧିକାର, ସ୍ବାଧୀନ ଗଣମାଧ୍ୟମ ଏବଂ ଏଥିସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ‌ରେ ମୋଦୀଙ୍କ ସହ କଥା ହୋଇଛନ୍ତି। ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ […]

Samaya Live Picture
Published On

ନୂଆଦିଲ୍ଲୀ : ଭାରତରେ ଜି-୨୦ ସମ୍ମିଳନୀରେ ଯୋଗ ଦେବାପରେ ଆମେରିକା ରାଷ୍ଟ୍ରପତି ଗୋ ବାଇଡେନ୍‌ ଗତକାଲି ଭିଏତନାମ ଗସ୍ତ କରିଥିଲେ। ଭିଏତନାମରେ ବାଇଡେନ ଗଣମାଧ୍ୟମରେ ଉଦ୍‌ବୋଧନ ଦେଇ ଜି-୨୦ ବୈଠକ ଏବଂ ମୋଦୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ବେଳେ ଉଠାଇଥିବା ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗ କଥା କହିଥିଲେ। ବାଇଡେନ କହିଥିଲେ ଯେ ସେ ମାନବ ଅଧିକାର, ସ୍ବାଧୀନ ଗଣମାଧ୍ୟମ ଏବଂ ଏଥିସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ‌ରେ ମୋଦୀଙ୍କ ସହ କଥା ହୋଇଛନ୍ତି। ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରାଯାଇଛି। ତେବେ ଏହି ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ସଦ୍ୟ ଆକ୍ରମଣ କରିଛନ୍ତି। ବାଇଡେନଙ୍କ ଟିପ୍ପଣୀକୁ ଆଧାର କରି ରମେଶ ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି ଯେ – ‘ ନା ପ୍ରେସ କନଫରେନ୍ସ କରୁଙ୍ଗା, ନା କ‌ରନେ ଦୁଙ୍ଗା’। ଅର୍ଥାତ ପ୍ରେସ କନଫରେନ୍ସ କରିବି ନାହିଁ କି ଆପଣଙ୍କୁ ମଧ୍ୟ ପ୍ରେସ କନଫରେନ୍ସ କରିବାକୁ ଦେବି ନାହିଁର କୌଣସି ପ୍ରଭାବ ନାହିଁ। ଉଲ୍ଲେଖଯୋଗ୍ୟ ‌ଯେ ଶୁକ୍ରବାର ଦିନ ରମେଶ ଅଭିଯୋଗ କରିଥିଲେ ଯେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଟିମ୍‌କୁ ଗଣମାଧ୍ୟମରେ କିଛି କହିବାର ଅନୁମତି ମିଳିନାହିଁ। ମୋଦୀଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା ସଂକ୍ରାନ୍ତରେ ତାଙ୍କୁ ଗଣମାଧ୍ୟମରେ ଟିପ୍ପଣୀ ରଖିବାକୁ ଦିଆଯାଇନି ବୋଲି ରମେଶ କହିଛନ୍ତି।

Tags: