ଭାଷଣ ଦେଉଥିବା ସମୟରେ ହୃଦ୍ଘାତରେ ଟଳି ପଡ଼ିଲେ ଆଇଆଇଟି କାନପୁର ପ୍ରଫେସର

ନୂଆଦିଲ୍ଲୀ : ଆଇଆଇଟି କାନପୁରର ଜଣେ ବରିଷ୍ଠ ପ୍ରଫେସର ଆଜି ଭାଷଣ ଦେଉଥିବା ସମୟରେ ହୃଦ୍ଘାତରେ ପ୍ରା ଣ ହରାଇଛନ୍ତି। ଆଇଆଇଟି କାନପୁର ଅଡିଟୋରିୟମରେ ଏକ ଛାତ୍ର ସଂସଦ ବୈଠକରେ ଭାଷଣ ଦେଉଥିବା ସମୟରେ ପ୍ରଫେସର ସମୀର ଖଣ୍ଡେକର ହୃଦ୍ଘାତରେ ପ୍ରାଣ ହରାଇଛନ୍ତି। ଖଣ୍ଡେକର ଛାତ୍ରମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସଂକ୍ରାନ୍ତରେ କହୁଥିଲେ ଏବଂ ଛାତ୍ରମାନଙ୍କ ପାଇଁ ତାଙ୍କର ଶେଷ କଥା ଥିଲା ‘ନିଜ ସ୍ବାସ୍ଥ୍ୟର ଯତ୍ନ ନିଅ’। ଏହି କଥା କହିବା ସମୟରେ ଖଣ୍ଡେକର ହଠାତ ଅସୁସ୍ଥ […]

Samaya Live Picture
Published On

ନୂଆଦିଲ୍ଲୀ : ଆଇଆଇଟି କାନପୁରର ଜଣେ ବରିଷ୍ଠ ପ୍ରଫେସର ଆଜି ଭାଷଣ ଦେଉଥିବା ସମୟରେ ହୃଦ୍ଘାତରେ ପ୍ରା ଣ ହରାଇଛନ୍ତି। ଆଇଆଇଟି କାନପୁର ଅଡିଟୋରିୟମରେ ଏକ ଛାତ୍ର ସଂସଦ ବୈଠକରେ ଭାଷଣ ଦେଉଥିବା ସମୟରେ ପ୍ରଫେସର ସମୀର ଖଣ୍ଡେକର ହୃଦ୍ଘାତରେ ପ୍ରାଣ ହରାଇଛନ୍ତି। ଖଣ୍ଡେକର ଛାତ୍ରମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସଂକ୍ରାନ୍ତରେ କହୁଥିଲେ ଏବଂ ଛାତ୍ରମାନଙ୍କ ପାଇଁ ତାଙ୍କର ଶେଷ କଥା ଥିଲା ‘ନିଜ ସ୍ବାସ୍ଥ୍ୟର ଯତ୍ନ ନିଅ’। ଏହି କଥା କହିବା ସମୟରେ ଖଣ୍ଡେକର ହଠାତ ଅସୁସ୍ଥ ଅନୁଭବ କରିଥିଲେ ଏବଂ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେ କିଛି ସମୟ ପାଇଁ ବସି ପଡ଼ିଥିଲେ। ଏହି ସମୟରେ ଦର୍ଶକବନ୍ଧୁମାନେ ଭାବିଥିଲେ ଯେ ସେ ଭାବପ୍ରବଣ ହୋଇଯାଇଛନ୍ତି। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଫେସରଙ୍କ ପୁଅ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ପଢ଼ନ୍ତି। ସେ ତାଙ୍କ ବାପାଙ୍କ ସଂସ୍କାର କାର୍ଯ୍ୟ କରିବେ। ୨୦୧୯ରୁ ଖଣ୍ଡେକରଙ୍କ କୋଲେଷ୍ଟେରଲ୍ ଥିଲା। ସେ ନିୟମିତ ମେଡିସିନ ଖାଉଥିଲେ। ମଧ୍ୟପ୍ରଦେଶର ଜବଲପୁରରେ ଜନ୍ମ ହୋଇଥିବା ଖଣ୍ଡେକର ଆଇଆଇଟି କାନପୁରରେ ବିଟେକ୍ କରିଥିଲେ। ପିଏଚ୍ଡି ପାଇଁ ସେ ଜର୍ମାନୀ ଯାଇଥିଲେ।

Tags: