ଭାରତ ଲାଗି ଗତବର୍ଷ ତୁଳନାରେ ରେକର୍ଡ ଛାତ୍ର ଭିସା ଜାରି କଲା ଆମେରିକା

ନୂଆଦିଲ୍ଲୀ: ଚଳିତ ବର୍ଷ ଆମେରିକା ପୁଣି ଥରେ ଭାରତ ପାଇଁ ରେକର୍ଡ ସଂଖ୍ୟକ ଛାତ୍ର ଭିସା ଜାରି କରିଛି। ଆମେରିକୀୟ ଦୂତାବାସ ଘୋଷଣା କରିଛି ଯେ ଭାରତୀୟ ନାଗରିକଙ୍କ ପାଇଁ ଅତିରିକ୍ତ ୨.୫ ଲକ୍ଷ ଭିସା ଆପଏଣ୍ଟମେଣ୍ଟ ଉପଲବ୍ଧ ହେବ ଯାହାଦ୍ୱାରା ଠିକ୍ ସମୟରେ ସାକ୍ଷାତ୍‌କାର ସୁବିଧା ମିଳିବ ଏବଂ ଯାତ୍ରା ପ୍ରକ୍ରିୟାକୁ ସୁଗମ କରାଯାଇପାରିବ। କୋଭିଡ୍ ପରେ ସମସ୍ତ ବର୍ଗରେ ଭିସା ଆବେଦନ ବୃଦ୍ଧି ପାଇଛି ଏବଂ ଆମେରିକା ସାକ୍ଷାତ୍‌କାର ପାଇଁ ଅପେକ୍ଷା ଅବଧି ହ୍ରାସ […]

Samaya Live Picture
Published On

ନୂଆଦିଲ୍ଲୀ: ଚଳିତ ବର୍ଷ ଆମେରିକା ପୁଣି ଥରେ ଭାରତ ପାଇଁ ରେକର୍ଡ ସଂଖ୍ୟକ ଛାତ୍ର ଭିସା ଜାରି କରିଛି। ଆମେରିକୀୟ ଦୂତାବାସ ଘୋଷଣା କରିଛି ଯେ ଭାରତୀୟ ନାଗରିକଙ୍କ ପାଇଁ ଅତିରିକ୍ତ ୨.୫ ଲକ୍ଷ ଭିସା ଆପଏଣ୍ଟମେଣ୍ଟ ଉପଲବ୍ଧ ହେବ ଯାହାଦ୍ୱାରା ଠିକ୍ ସମୟରେ ସାକ୍ଷାତ୍‌କାର ସୁବିଧା ମିଳିବ ଏବଂ ଯାତ୍ରା ପ୍ରକ୍ରିୟାକୁ ସୁଗମ କରାଯାଇପାରିବ। କୋଭିଡ୍ ପରେ ସମସ୍ତ ବର୍ଗରେ ଭିସା ଆବେଦନ ବୃଦ୍ଧି ପାଇଛି ଏବଂ ଆମେରିକା ସାକ୍ଷାତ୍‌କାର ପାଇଁ ଅପେକ୍ଷା ଅବଧି ହ୍ରାସ କରିବା ଲାଗି ୨୦୨୧ ଶେଷଭାଗରୁ ସମସ୍ତ ପଦକ୍ଷେପ ନେଉଛି। ଚଳିତ ବର୍ଷ କ୍ରମାଗତ ଚତୁର୍ଥ ଥର ପାଇଁ ରେକର୍ଡ ସଂଖ୍ୟକ ଛାତ୍ର ଭିସା ପ୍ରଦାନ କରାଯାଇଛି। ଯଦିଓ ପ୍ରକୃତ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ, ଏହା ଗତବର୍ଷ ଜାରି ହୋଇଥିବା ୧.୪ ଲକ୍ଷ ଛାତ୍ର ଭିସାଠାରୁ ଅଧିକ। ୨୦୨୪ରେ ୧୨ ଲକ୍ଷରୁ ଅଧିକ ଭାରତୀୟ ଆମେରିକା ଗସ୍ତ କରିଛନ୍ତି, ଯାହା କି ୨୦୨୩ର ସମାନ ସମୟ ତୁଳନାରେ ୩୫% ଅଧିକ। ୬୦ ଲକ୍ଷ ଭାରତୀୟଙ୍କ ପାଖରେ ବୈଧ ଅଣ-ଇମିଗ୍ରାଣ୍ଟ ଭିସା ରହିଛି ଏବଂ ଦୈନିକ ହଜାର ହଜାର ଲୋକଙ୍କୁ ପ୍ରଦାନ କରାଯାଉଛି ବୋଲି ଦୂତାବାସ କହିଛି।

Tags: