ଭାରତ-ରୁଷ୍ ମଧ୍ୟରେ ସମ୍ପର୍କ ସ୍ଥିର ଏବଂ ସୁଦୃଢ଼: ଏସ୍ ଜୟଶଙ୍କର

ନୂଆଦିଲ୍ଲୀ: ଭାିରତ ଏବଂ ରୁଷ୍ ମଧ୍ୟରେ ସମ୍ପର୍କ ସ୍ଥିର ଏବଂ ସୁଦୃଢ଼। ରୁଷ୍ କେବେବି ଭାରତର ସ୍ବାର୍ଥ ବିରୋଧରେ ଯାଇନାହିଁ। ଜର୍ମାନର ମୁନିକ ଠାରେ ଆୟୋଜିତ ଆନ୍ତର୍ଜାତିକ ସୁରକ୍ଷା ସମ୍ମିଳନୀରେ ଯୋମ ଦେବାକୁ ଯାଇଥିବା ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଦୈନିକ ଖବରକାଗଜ ସଂସ୍ଥା ହ୍ୟାଣ୍ଡେଲ୍ସବ୍ଲାଟ୍ (ବିହାଇଣ୍ଡ ପେୱେଲ୍)କୁ ଦେଇଥିବା ଏକ ସାକ୍ଷାତକାରରେ ଏହି ଟିପ୍ପଣୀ ଦେଇଛନ୍ତି। ସାକ୍ଷାତକାରରେ ଜୟଶଙ୍କର କହିଛନ୍ତି, ସମସ୍ତେ ନିଜର ପୂର୍ବ ଅଭିଜ୍ଞତାକୁ ନେଇ ସମ୍ପର୍କ ସ୍ଥାପନ କରିଥାନ୍ତି। ଯଦି […]

Samaya Live Picture
Published On

ନୂଆଦିଲ୍ଲୀ: ଭାିରତ ଏବଂ ରୁଷ୍ ମଧ୍ୟରେ ସମ୍ପର୍କ ସ୍ଥିର ଏବଂ ସୁଦୃଢ଼। ରୁଷ୍ କେବେବି ଭାରତର ସ୍ବାର୍ଥ ବିରୋଧରେ ଯାଇନାହିଁ। ଜର୍ମାନର ମୁନିକ ଠାରେ ଆୟୋଜିତ ଆନ୍ତର୍ଜାତିକ ସୁରକ୍ଷା ସମ୍ମିଳନୀରେ ଯୋମ ଦେବାକୁ ଯାଇଥିବା ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଦୈନିକ ଖବରକାଗଜ ସଂସ୍ଥା ହ୍ୟାଣ୍ଡେଲ୍ସବ୍ଲାଟ୍ (ବିହାଇଣ୍ଡ ପେୱେଲ୍)କୁ ଦେଇଥିବା ଏକ ସାକ୍ଷାତକାରରେ ଏହି ଟିପ୍ପଣୀ ଦେଇଛନ୍ତି। ସାକ୍ଷାତକାରରେ ଜୟଶଙ୍କର କହିଛନ୍ତି, ସମସ୍ତେ ନିଜର ପୂର୍ବ ଅଭିଜ୍ଞତାକୁ ନେଇ ସମ୍ପର୍କ ସ୍ଥାପନ କରିଥାନ୍ତି। ଯଦି ଭାରତର ସ୍ବାଧୀନତା ପୂର୍ବ ଇତିହାସ ପ୍ରତି ଦୃଷ୍ଟି ଦିଆଯାଏ ତେବେ ରୁଷ୍ କେବେ ବି ଭାରତର ସ୍ବାର୍ଥ ବିରୋଧରେ ଯାଇନାହିଁ। ଭାରତ-ରୁଷ୍ ମଧ୍ୟରେ ସମ୍ପର୍କ ସ୍ଥିର ଏବଂ ବନ୍ଧୁ୍ତ୍ବ ସୁଦୃଢ଼ ରହିଛି। ମସ୍କୋ ସହ ଭାରତର ସମ୍ପର୍କ ଏହି ଅଭିଜ୍ଞତା ଉପରେ ଆଧାରିତ। ରୁଷ ଠାରୁ ଅଶୋଧିତ ତୈଳ କିଣିବା ପ୍ରସଙ୍ଗରେ ଜୟଶଙ୍କର କହିଥିଲେ ଯେ ଯଦି କେହି ରୁଷ୍ ଠାରୁ ତୈଳ କିଣିବେ ନାହିଁ ଓ ସମସ୍ତେ ଅନ୍ୟ ଦେଶ ଠାରୁ ତୈଳ କିଣିବେ ତେବେ ପୃଥିବୀର ଶକ୍ତି ବଜାରରେ ତେଲ ଦର ଆହୁରି ବୃଦ୍ଧି ପାଇବ। ସେହିଭଳି ୨୦୨୦ ଜୁନ୍ରେ ଚୀନ ସହ ଭାରତର ମୁହାଁମୁହିଁ ହେବା ବେଳେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଭାରତକୁ ସହଯୋଗ କରିନଥିଲେ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ଜୟଶଙ୍କର କହିଥିଲେ ଯେ ସେ ଚୀନ ସହ ସମ୍ପର୍କକୁ ଯେପରି ଦେଖନ୍ତି, ୟୁରୋପ ସେଭଳି ଦେଖିବ ବୋଲି ସେ ଆଶା କରନ୍ତି ନାହିଁ।

Tags: