ଭାରତ ମହାସାଗରରେ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ

ନୂଆଦିଲ୍ଲୀ : ଆରବ ସାଗରରେ ଏକ ଜାହାଜ ଉପରେ ଆଜି ଡ୍ରୋନ୍ ଆକ୍ରମଣ ହୋଇଛି। ଜାହାଜରେ ବଡ଼ ଧରଣର ବିସ୍ଫୋରଣ ହେବା ପରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି । ତେବେ ଏଥିରେ କେହି ମୃତାହତ ହୋଇଥିବା ଜଣାପଡ଼ିନି। କିନ୍ତୁ ଏହି ଜାହାଜରେ ଚାଳକ ଟିମ୍ ସମେତ ମୋଟ ୨୦ ଜଣ ଭାରତୀୟ ଥିବା ରିପୋର୍ଟରୁ ଜଣାପଡ଼ିଛି । ପୋରବନ୍ଦର ତଟରୁ ୨୧୭ ସାମୁଦ୍ରିକ ମାଇଲ ଦୂରରେ ଏମ୍ଭି ଚେମ୍ ପ୍ଲୁଟୋ ନାମକ ଜାହାଜ ଉପରେ […]

Samaya Live Picture
Published On

ନୂଆଦିଲ୍ଲୀ : ଆରବ ସାଗରରେ ଏକ ଜାହାଜ ଉପରେ ଆଜି ଡ୍ରୋନ୍ ଆକ୍ରମଣ ହୋଇଛି। ଜାହାଜରେ ବଡ଼ ଧରଣର ବିସ୍ଫୋରଣ ହେବା ପରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି । ତେବେ ଏଥିରେ କେହି ମୃତାହତ ହୋଇଥିବା ଜଣାପଡ଼ିନି। କିନ୍ତୁ ଏହି ଜାହାଜରେ ଚାଳକ ଟିମ୍ ସମେତ ମୋଟ ୨୦ ଜଣ ଭାରତୀୟ ଥିବା ରିପୋର୍ଟରୁ ଜଣାପଡ଼ିଛି । ପୋରବନ୍ଦର ତଟରୁ ୨୧୭ ସାମୁଦ୍ରିକ ମାଇଲ ଦୂରରେ ଏମ୍ଭି ଚେମ୍ ପ୍ଲୁଟୋ ନାମକ ଜାହାଜ ଉପରେ ଆଜି ଅପରାହ୍ନରେ ଡ୍ରୋନ୍ ଆକ୍ରମଣ ହୋଇଛି । ଭାରତୀୟ ତଟରକ୍ଷୀ ବାହିନୀର ଏକ ଜାହାଜ ଘଟଣାସ୍ଥଳକୁ ଯାତ୍ରା କରିଛି। ଡ୍ରୋନ୍ ଆକ୍ରମଣର ଶିକାର ହୋଇଥିବା ଜାହାଜଟି ଅଶୋଧିତ ତୈଳ ନେଇ ସାଉଦି ଆରବର ଏକ ବନ୍ଦରରୁ ବାହାରିଥିଲା ଏବଂ ଏହା ମେଙ୍ଗାଲୁରୁରେ ପହଞ୍ଚିଥାନ୍ତା। ଉକ୍ତ ଜାହାଜକୁ ସହାୟତା ଯୋଗାଇ ଦେବାପାଇଁ ତଟରକ୍ଷୀ ଜାହାଜ ଆଇସିଜିଏସ୍ ବିକ୍ରମ ଖୁବ୍ଶୀଘ୍ର ଘଟଣାସ୍ଥଳରେ ପହଞ୍ଚିବ ବୋଲି ଜଣାପଡ଼ିଛି। ଡ୍ରୋନ୍ ଆକ୍ରମଣ ପରେ ଜାହାଜର ଗୋଟିଏ ଅଂଶ ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି ଏବଂ ଏଥିରେ ତୁରନ୍ତ ନିଆଁ ଲାଗିଯାଇଥିବା ଖବର ମିଳିଥିଲା।

Tags: