ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର ହମାସ ଆକ୍ରମଣର ସମ୍ଭାବ୍ୟ କାରଣ : ବାଇଡେନ୍‌

ୱାସିଂଟନ: ଇସ୍ରାଏଲ ଉପରେ ହମାସ୍‌ ଚଳିତମାସ ୭ ତାରିଖରେ ଅଚାନକ ଆକ୍ରମଣ କଲା। ଇସ୍ରାଏଲ ଏହା ବିରୋଧରେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଯୁଦ୍ଧ ଲାଗି ରହିଛି। ଏଭଳି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲରେ ହମାସ୍‌ ଆକ୍ରମଣର କାରଣ ସଂପର୍କରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ନିକଟରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଜି ୨୦ ଶିଖର ସମ୍ମିଳନୀରେ ଉଚ୍ଚାଭିଳାଷୀ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର୍‌ (ଆଇଏମ୍‌ଇଇସି) ନିର୍ମାଣ ନେଇ ଘୋଷଣା ଫଳରେ ହମାସ୍‌ ଇସ୍ରାଏଲ ଉପରେ ଆକ୍ରମଣ […]

Samaya Live Picture
Published On

ୱାସିଂଟନ: ଇସ୍ରାଏଲ ଉପରେ ହମାସ୍‌ ଚଳିତମାସ ୭ ତାରିଖରେ ଅଚାନକ ଆକ୍ରମଣ କଲା। ଇସ୍ରାଏଲ ଏହା ବିରୋଧରେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଯୁଦ୍ଧ ଲାଗି ରହିଛି। ଏଭଳି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲରେ ହମାସ୍‌ ଆକ୍ରମଣର କାରଣ ସଂପର୍କରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ନିକଟରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଜି ୨୦ ଶିଖର ସମ୍ମିଳନୀରେ ଉଚ୍ଚାଭିଳାଷୀ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର୍‌ (ଆଇଏମ୍‌ଇଇସି) ନିର୍ମାଣ ନେଇ ଘୋଷଣା ଫଳରେ ହମାସ୍‌ ଇସ୍ରାଏଲ ଉପରେ ଆକ୍ରମଣ କରିଛି। ଆମେରିକା ଗସ୍ତରେ ଥିବା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍‌ଙ୍କୁ ଭେଟିବା ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ବାଇଡେନ ଏଭଳି ବିବୃତି ରଖିଛନ୍ତି। ତେବେ ତାଙ୍କର ଏହି ଆକଳନ ଅନୁଭବ ଉପରେ ପର୍ଯ୍ୟବସିତ ଏବଂ ଏନେଇ କୌଣସି ପ୍ରମାଣ ନାହିଁ ବୋଲି ସେ କହିଛନ୍ତି।

Tags: