ଭାରତ-ବେଲ୍‌ଜିୟମ୍‌ ମଧ୍ୟରେ ପ୍ରତିରକ୍ଷା ବୁଝାମଣା

ନୂଆଦିଲ୍ଲୀ: ଭାରତ ଓ ବେଲ୍‌ଜିୟମ୍‌ ମଧ୍ୟରେ ଏକ ବଡ଼ଧରଣର ପ୍ରତିରକ୍ଷା ବୁଝାମଣା ହେବାକୁ ଯାଉଛି। ଆଜି ନୂଆଦିଲ୍ଲୀରେ ବେଲଜିୟମ୍‌ର ପ୍ରତିରକ୍ଷା ମନ୍ତ୍ରୀ ଥିଓ ଫ୍ରା‌ଙ୍କେନ୍‌ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବୁଝାମଣାର ସର୍ତ୍ତ ଚୂଡ଼ାନ୍ତ କରିବା ନିମନ୍ତେ ଦିଲ୍ଲୀ ଓ ବ୍ରସେଲ୍ସରେ ଟାସ୍କ୍‌ଫୋର୍ସ ଗଠନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରାମର୍ଶ ଦେଇଛନ୍ତି। ଯଦି ଏହି ବୁଝାମଣା କାର୍ଯ୍ୟକାରୀ ହୁଏ ତେବେ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ବୁଝାମଣା ହେବ। ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ମନ୍ତବ୍ୟ […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତ ଓ ବେଲ୍‌ଜିୟମ୍‌ ମଧ୍ୟରେ ଏକ ବଡ଼ଧରଣର ପ୍ରତିରକ୍ଷା ବୁଝାମଣା ହେବାକୁ ଯାଉଛି। ଆଜି ନୂଆଦିଲ୍ଲୀରେ ବେଲଜିୟମ୍‌ର ପ୍ରତିରକ୍ଷା ମନ୍ତ୍ରୀ ଥିଓ ଫ୍ରା‌ଙ୍କେନ୍‌ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବୁଝାମଣାର ସର୍ତ୍ତ ଚୂଡ଼ାନ୍ତ କରିବା ନିମନ୍ତେ ଦିଲ୍ଲୀ ଓ ବ୍ରସେଲ୍ସରେ ଟାସ୍କ୍‌ଫୋର୍ସ ଗଠନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରାମର୍ଶ ଦେଇଛନ୍ତି। ଯଦି ଏହି ବୁଝାମଣା କାର୍ଯ୍ୟକାରୀ ହୁଏ ତେବେ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ବୁଝାମଣା ହେବ। ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ସମୟରେ ବେଲ୍‌ଜିୟମ୍‌ର ବିଦେଶ ମନ୍ତ୍ରୀ ମାକ୍ସିମ୍‌ ପ୍ରିଭୋଟ୍‌ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ବେଲ୍‌ଜିୟମ ରାଜକୁମାରୀ ଅଷ୍ଟ୍ରାଡ୍‌ଙ୍କ ନେତୃତ୍ବରେ ବେଲଜିୟମ୍‌ର ଦୁଇ ମନ୍ତ୍ରୀ ଭାରତ ଗସ୍ତରେ ଅଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ଆଲୋଚନା ମଧ୍ୟ କରିଛନ୍ତି।

Tags: