ଭାରତ ବିରୋଧୀ ପ୍ରଚାର ପାଇଁ ତେହରିକ ଏ ହୁରିୟତକୁ ନିଷିଦ୍ଧ କଲେ କେନ୍ଦ୍ର
ନୂଆଦିଲ୍ଲୀ : କେନ୍ଦ୍ର ସରକାର ରବିବାର ଦିନ ତେହରିକ ଏ ହୁରିୟତ (ଟିଇଏଚ୍)କୁ ୟୁଏପିଏ (ବେଆଇନ କାର୍ଯ୍ୟ ନିବାରଣ ଆଇନ) ଅଧୀନରେ ‘ବେଆଇନ ସଂଗଠନ’ ଘୋଷଣା କରିଛନ୍ତି। ବିଚ୍ଛିନତାବାଦୀ ନେତା ସୟଦ ଅଲି ଶାହ ଗିଲାନି ଏହି ସଂଗଠନର ମୁଖିଆ ଥିଲେ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଉକ୍ତ ସଂଗଠନ ଜମ୍ମୁ କାଶ୍ମୀରକୁ ଭାରତରୁ ଅଲଗା କରିବା କାର୍ଯ୍ୟରେ ସମ୍ପୃକ୍ତ ଥିଲା। ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ଶୂନ ସହନଶୀଳତା ନୀତି ଆଧାରରେ ଯେକୌଣସି ବ୍ୟକ୍ତି […]
ନୂଆଦିଲ୍ଲୀ : କେନ୍ଦ୍ର ସରକାର ରବିବାର ଦିନ ତେହରିକ ଏ ହୁରିୟତ (ଟିଇଏଚ୍)କୁ ୟୁଏପିଏ (ବେଆଇନ କାର୍ଯ୍ୟ ନିବାରଣ ଆଇନ) ଅଧୀନରେ ‘ବେଆଇନ ସଂଗଠନ’ ଘୋଷଣା କରିଛନ୍ତି। ବିଚ୍ଛିନତାବାଦୀ ନେତା ସୟଦ ଅଲି ଶାହ ଗିଲାନି ଏହି ସଂଗଠନର ମୁଖିଆ ଥିଲେ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଉକ୍ତ ସଂଗଠନ ଜମ୍ମୁ କାଶ୍ମୀରକୁ ଭାରତରୁ ଅଲଗା କରିବା କାର୍ଯ୍ୟରେ ସମ୍ପୃକ୍ତ ଥିଲା। ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ଶୂନ ସହନଶୀଳତା ନୀତି ଆଧାରରେ ଯେକୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ଯଦି ଭାରତ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ରହନ୍ତି ତେବେ ଏହାକୁ ନିଷିଦ୍ଧ କରାଯିବ।




