‘ଭାରତ ନ୍ୟାୟ ଯାତ୍ରା’ ପାଇଁ ପ୍ରସ୍ତୁତି ଜୋରଦାର କଲା କଂଗ୍ରେସ, ୧୪ ରାଜ୍ୟର ମୁଖ୍ୟଙ୍କ ସହ ବୈଠକ ଡାକିଲା
ନୂଆଦିଲ୍ଲୀ : ଜାନୁଆରି ୧୪ ତାରିଖରୁ କଂଗ୍ରେସ ଏହାର ‘ଭାରତ ନ୍ୟାୟ ଯାତ୍ରା’ ଆରମ୍ଭ କରିବାପାଇଁ ଯୋଜନା କରିଛି। କଂଗ୍ରେସ ଭାରତ ନ୍ୟାୟ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର କରିଛି। ଆସନ୍ତା ଜାନୁଆରି ୪ ତାରିଖରେ କଂଗ୍ରେସ ୧୪ ରାଜ୍ୟ ସଭାପତି ଏବଂ କଂଗ୍ରେସ ବିଧାନସଭା ଦଳ ନେତାଙ୍କ ସହ ବୈଠକ ଡାକିଛି। ବୈଠକରେ ଯଳ ଯାତ୍ରାର ଗତିପଥ ଚୂଡ଼ାନ୍ତ କରିବ। ଜାନୁଆରି ୪ରେ ଦଳ ‘ଭାରତ ନ୍ୟାୟ ଯାତ୍ରା’ର ଲୋଗୋ ଉନ୍ମୋଚନ କରିବ। ଅନ୍ୟପକ୍ଷେ ଜାନୁଆରି […]
ନୂଆଦିଲ୍ଲୀ : ଜାନୁଆରି ୧୪ ତାରିଖରୁ କଂଗ୍ରେସ ଏହାର ‘ଭାରତ ନ୍ୟାୟ ଯାତ୍ରା’ ଆରମ୍ଭ କରିବାପାଇଁ ଯୋଜନା କରିଛି। କଂଗ୍ରେସ ଭାରତ ନ୍ୟାୟ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର କରିଛି। ଆସନ୍ତା ଜାନୁଆରି ୪ ତାରିଖରେ କଂଗ୍ରେସ ୧୪ ରାଜ୍ୟ ସଭାପତି ଏବଂ କଂଗ୍ରେସ ବିଧାନସଭା ଦଳ ନେତାଙ୍କ ସହ ବୈଠକ ଡାକିଛି। ବୈଠକରେ ଯଳ ଯାତ୍ରାର ଗତିପଥ ଚୂଡ଼ାନ୍ତ କରିବ। ଜାନୁଆରି ୪ରେ ଦଳ ‘ଭାରତ ନ୍ୟାୟ ଯାତ୍ରା’ର ଲୋଗୋ ଉନ୍ମୋଚନ କରିବ। ଅନ୍ୟପକ୍ଷେ ଜାନୁଆରି ୮ ତାରିଖରେ ଦଳ ଯାତ୍ରା କେଉଁ କେଉଁ ପଥରେ ଯିବ ତାହା ଘୋଷଣା କରିବ। ଯାତ୍ରା ପାଇଁ ଗୀତର ଥିମ୍ ଜାନୁଆରି ୧୨ ତାରିଖରେ ଜାରି ହେବ। ଯାତ୍ରା ସମୟରେ ଦଳର ନେତାମାନେ କିଛଇ କିମି ଚାଲିବେ ଏବଂ ଏହାପରେ ବାକି ରାସ୍ତା ବସ୍ରେ ଅତିକ୍ରମ କରାଯିବ। ଯାତ୍ରା ସମୟରେ ରାହୁଲ ଗାନ୍ଧି ବିଭିନ୍ନ ଗୋଷ୍ଠୀ ଏବଂ ବିଭିନ୍ନ ଗୋଷ୍ଠୀର ଲୋକଙ୍କୁ ଭେଟିବେ। ଉଲ୍ଲେଖଯୋଗ୍ୟ ଯେ ଡିସେମ୍ବର ୨୭ ତାରିଖରେ ଦଳ ‘ଭାରତ ନ୍ୟାୟ ଯାତ୍ରା’ ଘୋଷଣା କଲା। ଭାରତ ନ୍ୟାୟ ଯାତ୍ରା ୬୭ ଦିନରେ ୧୪ ରାଜ୍ୟ ଏବଂ ୮୫ ଜିଲ୍ଲା ଅତିକ୍ରମ କରିବ।




