ଭାରତ ଗସ୍ତରେ ହୁ ମୁଖ୍ୟ ଟେଡ୍ରସ୍‌ , ସ୍ବାଗତ କଲେ ମୋଦୀ

ନୂଆଦିଲ୍ଲୀ : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଟେଡ୍ରସ ଆଦନମ ଏବେ ଭାରତ ଗସ୍ତରେ ଅଛନ୍ତି। ଟେଡ୍ରସ ଗତକାଲି ଭାରତରେ ପହଞ୍ଚିବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁ ମୁଖ୍ୟଙ୍କୁ ଭାରତକୁ ସ୍ବାଗତ କରିଛନ୍ତି। ଟେଡ୍ରସ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବୈଶ୍ବିକ ସମ୍ମିଳନୀରେ ଯୋଗ ଦେବେ। ପାରମ୍ପରିକ ଔଷଧ ଉପରେ ଏହି ସମ୍ମିଳନୀ ଗୁଜରାଟର ଗାନ୍ଧିନଗରରେ ଆଜି ଏବଂ ଆସନ୍ତାକାଲି ଅନୁଷ୍ଠିତ ହେବ। ଏହି ଅବସରରେ ଆୟୁଷ ମନ୍ତ୍ରାଳୟର ଏକ ଟ୍ବିଟ୍‌କୁ ଏକ୍ସରେ ସେୟାର କରି ମୋଦୀ […]

Samaya Live Picture
Published On

ନୂଆଦିଲ୍ଲୀ : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଟେଡ୍ରସ ଆଦନମ ଏବେ ଭାରତ ଗସ୍ତରେ ଅଛନ୍ତି। ଟେଡ୍ରସ ଗତକାଲି ଭାରତରେ ପହଞ୍ଚିବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁ ମୁଖ୍ୟଙ୍କୁ ଭାରତକୁ ସ୍ବାଗତ କରିଛନ୍ତି। ଟେଡ୍ରସ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବୈଶ୍ବିକ ସମ୍ମିଳନୀରେ ଯୋଗ ଦେବେ। ପାରମ୍ପରିକ ଔଷଧ ଉପରେ ଏହି ସମ୍ମିଳନୀ ଗୁଜରାଟର ଗାନ୍ଧିନଗରରେ ଆଜି ଏବଂ ଆସନ୍ତାକାଲି ଅନୁଷ୍ଠିତ ହେବ। ଏହି ଅବସରରେ ଆୟୁଷ ମନ୍ତ୍ରାଳୟର ଏକ ଟ୍ବିଟ୍‌କୁ ଏକ୍ସରେ ସେୟାର କରି ମୋଦୀ କହିଛନ୍ତି, ‘ ନବରାତ୍ରୀ ପାଇଁ ଭଲଭାବେ ପ୍ରସ୍ତୁତ ଥିବା ମୋର ବନ୍ଧୁ ତୁଲସୀ ଭାଇଙ୍କୁ ଭାରତକୁ ସ୍ବାଗତ’। ଗତବର୍ଷ ଏପ୍ରିଲ ୨୦ରେ ଗାନ୍ଧିନଗରରେ ହୋଇଥିବା ବୈଶ୍ବିକ ଆୟୁଷ ଏବଂ ଉଦ୍ଭାବନ ସମ୍ମିଳନୀରେ ମୋଦୀ ହୁ ମୁଖ୍ୟଙ୍କ ଗୁଜରାଟୀ ନାମ ‘ତୁଲସୀ ଭାଇ’ ଦେଇଥିଲେ। ଟେଡ୍ରସ କହିଛନ୍ତି, ସମସ୍ତ ରୋଜଗାର ‌ଗୋଷ୍ଠୀର ରାଷ୍ଟ୍ରମାନେ ପ୍ରାଇମେରି ହେଲ୍‌ଥ କେୟାର (ପିଏଚ୍‌ସି)ରେ ବିନିଯୋଗ କରିବା ଉଚିତ। ଏହା ୮୦ ପ୍ରତିଶତରୁ ଅଧିକ ସେବା ଯୋଗାଇପାରିବ ଏବଂ ପ୍ରାଥମିକ ପର୍ଯ୍ୟାୟ‌ରେ ଏହା ମହାମାରୀକୁ ଚିହ୍ନଟ କରିବାରେ ସହଯୋଗ କରିପାରିବ। ପିଏଚ୍‌ସିରେ କମ୍‌ ବିନିଯୋଗକୁ ନେଇ ହୁ ମୁଖ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଟେଡ୍ରସ କହିଛନ୍ତି, ପିଏଚ୍‌ସିରେ ବିନିଯୋଗ ହେଉଛି ସମସ୍ତ ରାଷ୍ଟ୍ରଙ୍କ ପାଇଁ ସଠିକ୍‌ ବିନିଯୋଗ। ମିଳିଥିବା ସୂଚନାନୁଯାୟୀ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏବଂ ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ hospitalharrywilliams.org ଉପସ୍ଥିତିରେ ଟେଡ୍ରସ୍‌ ହୁର ବୈଶ୍ବିକ ସମ୍ମିଳନୀ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜି-୨୦ ସ୍ବାସ୍ଥ୍ୟ ମନ୍ତ୍ରୀମାନେ ଯୋଗ ଦେଉଛନ୍ତି। ହୁ ଆଞ୍ଚଳିକ ନିର୍ଦ୍ଦେଶକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ।

Tags: