ଭାରତ ଗସ୍ତରେ ଆବୁଧାବି ଯୁବରାଜ ଶେଖ୍‌ ଖାଲିଦ୍‌ ବିନ୍‌ ଜାୟାଦ୍‌

ନୂଆଦିଲ୍ଳୀ: ୟୁଏଇର ଯୁବରାଜ ଶେଖ୍‌ ଖାଲିଦ୍‌ ବିନ୍‌ ମହମ୍ମଦ ବିନ୍‌ ଜାୟାଦ୍‌ ଅଲ୍‌ ନାହ୍ୟାନ୍‌ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ବିମାନବନ୍ଦରରେ ତାଙ୍କୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋୟଲ୍‌ ସ୍ବାଗତ କରି ଦେଶକୁ ପାଛୋଟିଥିଲେ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈସ୍ବାଲ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି। ଯୁବରାଜ ଶେଖ୍‌ ଖାଲିଦ୍‌ଙ୍କ ସହ ୟୁଏଇର ଅନେକ ମନ୍ତ୍ରୀ ଓ ଶିଳ୍ପପତିଙ୍କ ପ୍ରତିନିଧି ଦଳ ମଧ୍ୟ ଭାରତ ଆସିଛନ୍ତି। ଉଭୟ‌ […]

Samaya Live Picture
Published On

ନୂଆଦିଲ୍ଳୀ: ୟୁଏଇର ଯୁବରାଜ ଶେଖ୍‌ ଖାଲିଦ୍‌ ବିନ୍‌ ମହମ୍ମଦ ବିନ୍‌ ଜାୟାଦ୍‌ ଅଲ୍‌ ନାହ୍ୟାନ୍‌ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ବିମାନବନ୍ଦରରେ ତାଙ୍କୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋୟଲ୍‌ ସ୍ବାଗତ କରି ଦେଶକୁ ପାଛୋଟିଥିଲେ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈସ୍ବାଲ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି। ଯୁବରାଜ ଶେଖ୍‌ ଖାଲିଦ୍‌ଙ୍କ ସହ ୟୁଏଇର ଅନେକ ମନ୍ତ୍ରୀ ଓ ଶିଳ୍ପପତିଙ୍କ ପ୍ରତିନିଧି ଦଳ ମଧ୍ୟ ଭାରତ ଆସିଛନ୍ତି। ଉଭୟ‌ ଦେଶ ମଧ୍ୟରେ ଦ୍ବିପାକ୍ଷିକ ମାମଲା ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

Tags: