ଭାରତ-କାନାଡ଼ା ବିବାଦ ବଢ଼ାଇବା ପାଇଁ ନିଜାର ହତ୍ୟା ଷଡ଼ଯନ୍ତ୍ର କରିଥିଲା ପାକ୍‌ ଆଇଏସ୍‌ଆଇ

ନୂଆଦିଲ୍ଲୀ: ଭାରତ-କାନାଡ଼ା ସମ୍ପର୍କକୁ ଅଧିକ ତିକ୍ତ କରିବା ପାଇଁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲା ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ଖବର ଅନୁଯାୟୀ ନିଜାରକୁ ମାରିବା ପାଇଁ ଆଇଏସ୍‌ଆଇ ଭଡ଼ାଟିଆ ହତ୍ୟାକାରୀଙ୍କୁ ନିୟୋଜିତ କରିଥିଲା ଏବଂ ଗତ ଦୁଇବର୍ଷ ଭିତରେ କାନାଡ଼ା ଆସୁଥିବା ଗ୍ୟାଙ୍ଗଷ୍ଟରମାନଙ୍କୁ ପୂରା ସମର୍ଥନ କରିବା ପାଇଁ ଚାପ ପକାଉଥିଲା। ତେବେ ନିଜାର ପୂର୍ବତନ ଖଲିସ୍ତାନୀ ନେତାମାନଙ୍କ […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତ-କାନାଡ଼ା ସମ୍ପର୍କକୁ ଅଧିକ ତିକ୍ତ କରିବା ପାଇଁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲା ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ଖବର ଅନୁଯାୟୀ ନିଜାରକୁ ମାରିବା ପାଇଁ ଆଇଏସ୍‌ଆଇ ଭଡ଼ାଟିଆ ହତ୍ୟାକାରୀଙ୍କୁ ନିୟୋଜିତ କରିଥିଲା ଏବଂ ଗତ ଦୁଇବର୍ଷ ଭିତରେ କାନାଡ଼ା ଆସୁଥିବା ଗ୍ୟାଙ୍ଗଷ୍ଟରମାନଙ୍କୁ ପୂରା ସମର୍ଥନ କରିବା ପାଇଁ ଚାପ ପକାଉଥିଲା। ତେବେ ନିଜାର ପୂର୍ବତନ ଖଲିସ୍ତାନୀ ନେତାମାନଙ୍କ ପ୍ରତି ଅଧିକ ଆନୁଗତ୍ୟ ଦେଖାଉଥିଲା। ନୂଆରେ ଆସୁଥିବା ଗ୍ୟାଙ୍ଗଷ୍ଟରମାନଙ୍କୁ ସେ ବିଶେଷ ଗୁରୁତ୍ବ ଦେଉନଥିଲା। ଜଣାପଡ଼ିଛି ‌ଯେ ନିଜାର ହତ୍ୟା ପରେ ଆଇଏସ୍‌ଆଇ ତା’ ସ୍ଥାନରେ ଆଉ ଜଣକୁ ନିୟୋଜିତ କରିବା ପାଇଁ ଉଦ୍ୟମ କରୁଛି ଏବଂ କାନାଡ଼ାରେ ଖଲିସ୍ତାନୀ ଉଗ୍ରବାଦୀମାନଙ୍କୁ ଏକଜୁଟ କରିବାରେ ଲାଗିଛି।

Tags: