ଭାରତୀୟ ନେତାଙ୍କୁ ପାକିସ୍ତାନୀ ରାଜନେତାଙ୍କ ପ୍ରଶଂସା ଚିନ୍ତାଜନକ : ମୋଦୀ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଚାଲିଥିବାବେଳେ ପାକିସ୍ତାନୀ ରାଜନେତା ଆମ ଭାରତୀୟ ନେତା ରାହୁଲ ଗାନ୍ଧୀ ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ କରିଥିବା ପ୍ରଶଂସା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ବେଗ ପ୍ରକାଶ କରିଛନ୍ତି। ମୋଦୀ କହିଛନ୍ତି, ଭାରତୀୟ ଭୋଟରମାନେ ପରିପକ୍ବ ଏବଂ ସ୍ଥିର ଅଟନ୍ତି। ସେମାନଙ୍କୁ ବାହ୍ୟ ପ୍ରଭାବ ଦ୍ବାରା ପ୍ରଭାବିତ କରାଯାଇପାରିବ ନାହିଁ। ଗଣମାଧ୍ୟମ ସଂସ୍ଥା ଆଇଏଏନସକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଦୃଢ଼ ଗଣତାନ୍ତ୍ରିକ ମୂଲ୍ୟବୋଧ ତଥା ନିର୍ବାଚନ ପରମ୍ପରା […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଚାଲିଥିବାବେଳେ ପାକିସ୍ତାନୀ ରାଜନେତା ଆମ ଭାରତୀୟ ନେତା ରାହୁଲ ଗାନ୍ଧୀ ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ କରିଥିବା ପ୍ରଶଂସା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ବେଗ ପ୍ରକାଶ କରିଛନ୍ତି। ମୋଦୀ କହିଛନ୍ତି, ଭାରତୀୟ ଭୋଟରମାନେ ପରିପକ୍ବ ଏବଂ ସ୍ଥିର ଅଟନ୍ତି। ସେମାନଙ୍କୁ ବାହ୍ୟ ପ୍ରଭାବ ଦ୍ବାରା ପ୍ରଭାବିତ କରାଯାଇପାରିବ ନାହିଁ। ଗଣମାଧ୍ୟମ ସଂସ୍ଥା ଆଇଏଏନସକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଦୃଢ଼ ଗଣତାନ୍ତ୍ରିକ ମୂଲ୍ୟବୋଧ ତଥା ନିର୍ବାଚନ ପରମ୍ପରା ଉପରେ ଗୁରୁତ୍ବାରୋପ କରିଛନ୍ତି। ମୋଦୀ କହିଛନ୍ତି, ଏହା ହେଉଛି ଭାରତର ନିର୍ବାଚନ। ଭାରତ ଏକ ପରିପକ୍ବ ଗଣତନ୍ତ୍ର ଯାହା ସମୃଦ୍ଧ ତଥା ପ୍ରତିଷ୍ଠିତ ନିର୍ବାଚନ ନୀତି ଏବଂ ପରମ୍ପରାକୁ ନେଇ ଗର୍ବ କରେ। ଭାରତର ଭୋଟରମାନେ ମଧ୍ୟ ସେମାନଙ୍କର ଚିନ୍ତାଧାରାରେ ପରିପକ୍ବ ଏବଂ କୌଣସି ବାହ୍ୟ ପ୍ରଭାବ ଦ୍ବାରା ପ୍ରଭାବିତ ହୋଇପାରିବେ ନାହିଁ। ତେବେ ମୁଁ ବୁଝିପାରୁନାହିଁ କାହିଁକି କେତେକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବୋଧହୁଏ ଯେଉଁମାନେ ଆମ ବିରୁଦ୍ଧରେ ଶତ୍ରୁତା କରନ୍ତି, ସେମାନେ ପାକିସ୍ତାନରୁ ସମର୍ଥନ ପାଆନ୍ତି। କାହିଁକି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ସେଠାରୁ ସମର୍ଥନ ସ୍ବର ଆସିଥାଏ ବୋଲି ମୋଦୀ କହିଛନ୍ତି। ଏହା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ। ଏହାର ତଦନ୍ତ ହେବା ଉଚିତ। ତେବେ ମୁଁ ଭାବୁଛି ଯେ ଯେଉଁ ପଦବିରେ ଅଛି ଏହି ପ୍ରସଙ୍ଗରେ ମୋର କିଛି ଟିପ୍ପଣୀ ଦେବା ଉଚିତ ନୁହେଁ। ଉଲ୍ଳେଖଯୋଗ୍ୟ ଯେ ପାକିସ୍ତାନୀ ରାଜନେତା ଫୱାଦ ଚୌଧୁରୀ ନିକଟରେ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଥିଲେ। ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଯେଭଳି ସମାଲୋଚନା କରିଥିଲେ ଫୱାଦ ରାହୁଲଙ୍କୁ ପ୍ରଶଂସା କରିଥିଲେ। ଏହାପରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ଫୱାଦ କେଜ୍ରିୱାଲଙ୍କୁ ସମର୍ଥନ କରି ଭାରତରେ ଶାନ୍ତି ଏବଂ ସଦ୍ଭାବନା କାମନା କରିଥିଲେ। ତେବେ ଭାରତୀୟ ନେତାଙ୍କ ପ୍ରତି ପାକିସ୍ତାନୀ ରାଜନେତାଙ୍କ ଏଭଳି ପ୍ରଶଂସା ପାଇଁ ବିଜେପି କଡ଼ା ପ୍ରତିକ୍ରିୟା ରଖିଥିଲା।




