ଭାରତୀୟ ଦୂତାବାସ ଉପରେ ଆକ୍ରମଣ ମାମଲାରେ ୪୩ ସନ୍ଦିଗ୍ଧଙ୍କୁ ଚିହ୍ନଟ କଲା ଏନ୍ଆଇଏ

ନୂଆଦିଲ୍ଲୀ : ଚଳିତ ବର୍ଷ ଆମେରିକା, ବ୍ରିଟେନ ଏବଂ କାନାଡ଼ାରେ ନିକଟରେ ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ମାମଲାରେ ଏନ୍ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ୪୩ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି। କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ଏନ୍ଆଇଏ ଚଳିତ ବର୍ଷ ଜୁନରେ ଆମେରିକା, ବ୍ରିଟେନ ଏବଂ କାନାଡ଼ାରେ ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ମାମଲାର ତଦନ୍ତ ଭାର ଗ୍ରହଣ କରିଥିଲା। ଏନ୍ଆଇଏ ଏହି ମାମଲାରେ ଭାରତରେ ୫୦ ସ୍ଥାନରେ ଚଢ଼ଉ କରିଛି। […]

Samaya Live Picture
Published On

ନୂଆଦିଲ୍ଲୀ : ଚଳିତ ବର୍ଷ ଆମେରିକା, ବ୍ରିଟେନ ଏବଂ କାନାଡ଼ାରେ ନିକଟରେ ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ମାମଲାରେ ଏନ୍ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ୪୩ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି। କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ଏନ୍ଆଇଏ ଚଳିତ ବର୍ଷ ଜୁନରେ ଆମେରିକା, ବ୍ରିଟେନ ଏବଂ କାନାଡ଼ାରେ ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ମାମଲାର ତଦନ୍ତ ଭାର ଗ୍ରହଣ କରିଥିଲା। ଏନ୍ଆଇଏ ଏହି ମାମଲାରେ ଭାରତରେ ୫୦ ସ୍ଥାନରେ ଚଢ଼ଉ କରିଛି। ଉକ୍ତ ମାମଲାରେ ପ୍ରାୟ ୮୦ ଜଣଙ୍କୁ ଜେରା କରାଯାଇଛି। ଉଲ୍ଳେଖଯୋଗ୍ୟ ଯେ ଚଳିତ ବର୍ଷ ମାର୍ଚ୍ଚ ଏବଂ ଜୁଲାଇରେ ଆମେରିକା ଏବଂ ବ୍ରିଟେନ୍ରେ ଭାରତୀୟ ମିସନ୍ ଉପରେ ଆକ୍ରମଣ ହୋଇଥିଲା।

Tags: