ଭାରତୀୟ କୂଟନୀତିଜ୍ଞଙ୍କୁ ପାଣି, ଗ୍ୟାସ, ଖବରକାଗଜ ଯୋଗାଉନି ପାକିସ୍ତାନ

ନୂଆଦିଲ୍ଲା: ‘ଅପରେସନ ସିନ୍ଦୂର’ରେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବା ପରେ ପାକିସ୍ତାନ ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। କୂଟନୈତିକ ସମ୍ପର୍କ ଅତି ନିମ୍ନସ୍ତରକୁ ଚାଲି ଯାଇଛି। ପାକିସ୍ତାନ ଇସଲାମାବାଦରେ ଅବସ୍ଥାପିତ ଭାରତୀୟ କୂଟନୀତିଜ୍ଞଙ୍କୁ ଟାର୍ଗେଟ କରିବା ସହିତ ସେମାନଙ୍କୁ ପାଣି, ରନ୍ଧନ ଗ୍ୟାସ ପରି ମୌଳିକ ସୁବିଧା ପାଇବାରୁ ବଞ୍ଚିତ କରିଛି। ଏପରିକି ଖବରକାଗଜ ଯୋଗାଇ ଦେବା ବନ୍ଦ କରିଦେଇଛି। ଭାରତୀୟ ଉଚ୍ଚାୟୁକ୍ତ ଏବଂ ଅନ୍ୟ କୂଟନୀତିଜ୍ଞଙ୍କ ଘ‌ରକୁ ଖବରକାଗଜ ଦେବା ବନ୍ଦ କରିଦେଇଥିବାବେଳେ ଭାରତ ମଧ୍ୟ ପାକିସ୍ତାନ କୂଟନୀତିଜ୍ଞଙ୍କ […]

ଭାରତୀୟ କୂଟନୀତିଜ୍ଞଙ୍କୁ ପାଣି, ଗ୍ୟାସ, ଖବରକାଗଜ ଯୋଗାଉନି ପାକିସ୍ତାନ
Samaya Live Picture
Published On

ନୂଆଦିଲ୍ଲା: ‘ଅପରେସନ ସିନ୍ଦୂର’ରେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବା ପରେ ପାକିସ୍ତାନ ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। କୂଟନୈତିକ ସମ୍ପର୍କ ଅତି ନିମ୍ନସ୍ତରକୁ ଚାଲି ଯାଇଛି। ପାକିସ୍ତାନ ଇସଲାମାବାଦରେ ଅବସ୍ଥାପିତ ଭାରତୀୟ କୂଟନୀତିଜ୍ଞଙ୍କୁ ଟାର୍ଗେଟ କରିବା ସହିତ ସେମାନଙ୍କୁ ପାଣି, ରନ୍ଧନ ଗ୍ୟାସ ପରି ମୌଳିକ ସୁବିଧା ପାଇବାରୁ ବଞ୍ଚିତ କରିଛି। ଏପରିକି ଖବରକାଗଜ ଯୋଗାଇ ଦେବା ବନ୍ଦ କରିଦେଇଛି। ଭାରତୀୟ ଉଚ୍ଚାୟୁକ୍ତ ଏବଂ ଅନ୍ୟ କୂଟନୀତିଜ୍ଞଙ୍କ ଘ‌ରକୁ ଖବରକାଗଜ ଦେବା ବନ୍ଦ କରିଦେଇଥିବାବେଳେ ଭାରତ ମଧ୍ୟ ପାକିସ୍ତାନ କୂଟନୀତିଜ୍ଞଙ୍କ ସହ ସମାନ ବ୍ୟବହାର ପ୍ରଦର୍ଶନ କରିବାକୁ ବାଧ୍ୟ ହୋଇଛି। ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟର କର୍ମଚାରୀଙ୍କ ଘରକୁ କିଏ ଆସୁଛି , କିଏ ଯାଉଛି ସେ ଉପରେ ପାକିସ୍ତାନ ପକ୍ଷରୁ କଡ଼ା ନଜର ରଖାଯାଇଛି। ଭିଏନା ଚୁକ୍ତି ଅନୁଯାୟୀ କୂଟନୀତିଜ୍ଞଙ୍କ ସୁରକ୍ଷା ଏବଂ ସମ୍ମାନ ରକ୍ଷା କରିବା ଉକ୍ତ ଦେଶର କର୍ତ୍ତବ୍ୟ ହୋଇଥିଲେ ମଧ୍ୟ ପାକିସ୍ତାନରେ ଏହାର ବିରୋଧାଭାସ ଦେଖିବାକୁ ମିଳୁଛି। ଉଚ୍ଚାୟୁକ୍ତ କାର୍ଯ୍ୟାଳୟର କର୍ମଚାରୀଙ୍କ ଘରକୁ ଅଜଣା ବ୍ୟକ୍ତିଙ୍କ ମନଇଚ୍ଛା ପ୍ରବେଶ ଘଟଣା ମଧ୍ୟ ବଢ଼ିବାରେ ଲାଗିଥିବାରୁ ସେମାନେ ସେଠାରେ ଏକପ୍ରକାର ଅସୁରକ୍ଷିତ ହୋଇପଡ଼ିଛନ୍ତି। ଏହାସହିତ ସ୍ଥାନୀୟ ବେପାରୀଙ୍କୁ ଗ୍ୟାସ ଓ ପାଣି ନ ଯୋଗାଇ ଦେବାକୁ ପାକିସ୍ତାନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୯ରେ ପୁଲୱାମା ଆକ୍ରମଣ ଓ ଭାରତର ସର୍ଜିକାଲ ‌ଷ୍ଟ୍ରାଇକ ପରେ ପାକିସ୍ତାନ ଏପରି କରିଥିଲା।

Tags: