ଭାରତୀୟ ଉଚ୍ଚାୟୁକ୍ତଙ୍କୁ ସମନ କଲା ବାଂଲାଦେଶ
ନୂଆଦିଲ୍ଲୀ: ଅଗରତାଲା ସ୍ଥିତ ବାଂଲାଦେଶ ସହକାରୀ ଦୂତାବାସ କାର୍ଯ୍ୟାଳୟରେ ଭଙ୍ଗାରୁଜା ହେବା ପ୍ରସଙ୍ଗରେ ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ପ୍ରଣୟ ବର୍ମାଙ୍କୁ ଢାକା ସମନ କରିଛି । ଭାରତୀୟ ଉଚ୍ଚାୟୁକ୍ତ ପ୍ରଣୟ ବର୍ମା ଢାକା ସ୍ଥିତ ବିଦେଶ ମନ୍ତ୍ରାଳୟ ଅଫିସରେ ପହଞ୍ଚିଥିବା ଜଣାପଡ଼ିଛି। ତେବେ ଭାରତୀୟ ଉଚ୍ଚାୟୁକ୍ତଙ୍କ ସମନ ସଂକ୍ରାନ୍ତରେ ଅଧିକ କିଛି ସୂଚନା ନଦେଇ ବାଂଲାଦେଶ ବିଦେଶ ବ୍ୟାପାର ଉପଦେଷ୍ଟା ଦୌହିତ ହୁସେନ କହିଛନ୍ତି, ବର୍ମାଙ୍କୁ କେତେକ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି। କାର୍ଯ୍ୟକାରୀ ବିଦେଶ ସଚିବ […]
ନୂଆଦିଲ୍ଲୀ: ଅଗରତାଲା ସ୍ଥିତ ବାଂଲାଦେଶ ସହକାରୀ ଦୂତାବାସ କାର୍ଯ୍ୟାଳୟରେ ଭଙ୍ଗାରୁଜା ହେବା ପ୍ରସଙ୍ଗରେ ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ପ୍ରଣୟ ବର୍ମାଙ୍କୁ ଢାକା ସମନ କରିଛି । ଭାରତୀୟ ଉଚ୍ଚାୟୁକ୍ତ ପ୍ରଣୟ ବର୍ମା ଢାକା ସ୍ଥିତ ବିଦେଶ ମନ୍ତ୍ରାଳୟ ଅଫିସରେ ପହଞ୍ଚିଥିବା ଜଣାପଡ଼ିଛି। ତେବେ ଭାରତୀୟ ଉଚ୍ଚାୟୁକ୍ତଙ୍କ ସମନ ସଂକ୍ରାନ୍ତରେ ଅଧିକ କିଛି ସୂଚନା ନଦେଇ ବାଂଲାଦେଶ ବିଦେଶ ବ୍ୟାପାର ଉପଦେଷ୍ଟା ଦୌହିତ ହୁସେନ କହିଛନ୍ତି, ବର୍ମାଙ୍କୁ କେତେକ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି। କାର୍ଯ୍ୟକାରୀ ବିଦେଶ ସଚିବ ରିଆଜ ହମିଦୁଲ୍ଲା ଭାରତୀୟ ଉଚ୍ଚାୟୁକ୍ତଙ୍କୁ ସମନ କରିଛନ୍ତି। ତେବେ ବାଂଲାଦେଶ କର୍ତ୍ତୃପକ୍ଷଙ୍କ ସହ କଥା ହେବାପରେ ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି, ଆମେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛୁ। ଆମେ ସର୍ବଦା ଏକ ସକରାତ୍ମକ , ସ୍ଥିର ଏବଂ ମଜବୁତ ସମ୍ପର୍କ ଚାହୁ ବୋଲି ସେ କହିଛନ୍ତି। ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି, ବାଂଲାଦେଶରେ ଶାନ୍ତି, ସ୍ଥିରତା ଏବଂ ବିକାଶ ଦିଗରେ ଆମେ ବାଂଲାଦେଶ ଅନ୍ତରୀଣ ସରକାରଙ୍କ ସହ କାର୍ଯ୍ୟ କରୁଛୁ। ବାଂଲାଦେଶରେ ହିନ୍ଦୁଙ୍କୁ ଟାର୍ଗେଟ୍ କରାଯିବା ପ୍ରସଙ୍ଗରେ ଆଲୋଚନା ହୋଇଥିବା ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି।




