ଭାରତୀୟ ଅଞ୍ଚଳରେ ୧୫-୨୦ କିମି ବଫର ଜୋନ ପାଇଁ ଚୀନ୍ର ପ୍ରସ୍ତାବ, ଭାରତର ଅଗ୍ରାହ୍ୟ
ନୂଆଦିଲ୍ଲୀ: ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟରେ ପୂର୍ବ ଲଦାଖର ଡେପସାଙ୍ଗ ଅଞ୍ଚଳରେ ଭାରତୀୟ କ୍ଷେତ୍ରରେ ୧୫-୨୦ କିମି ବଫର ଜୋନ ପ୍ରତିଷ୍ଠା ପାଇଁ ଚୀନ୍ ପ୍ରସ୍ତାବ ଦେଇଛି। ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍ଏ) ସହ ଅଷ୍ଟାଦଶ ପର୍ଯ୍ୟାୟ କର୍ପସ କମାଣ୍ଡର ସ୍ତରୀୟ କଥାବାର୍ତ୍ତା ଅବସରରେ ଚୀନ୍ ଏହି ପ୍ରସ୍ତାବ ଦେଇଥିଲା। ସମ୍ପୂର୍ଣ୍ଣ ଅସ୍ତ୍ରବିରତି ପାଇଁ ଭାରତୀୟ ଅଞ୍ଚଳରେ ୩-୪ କିମି ଭିତରେ ବଫର ଜୋନ ପ୍ରତିଷ୍ଠା ନିମନ୍ତେ ଭାରତର ପ୍ରସ୍ତାବକୁ ଚୀନ୍ ଗ୍ରହଣ କରି ନ […]
ନୂଆଦିଲ୍ଲୀ: ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟରେ ପୂର୍ବ ଲଦାଖର ଡେପସାଙ୍ଗ ଅଞ୍ଚଳରେ ଭାରତୀୟ କ୍ଷେତ୍ରରେ ୧୫-୨୦ କିମି ବଫର ଜୋନ ପ୍ରତିଷ୍ଠା ପାଇଁ ଚୀନ୍ ପ୍ରସ୍ତାବ ଦେଇଛି। ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍ଏ) ସହ ଅଷ୍ଟାଦଶ ପର୍ଯ୍ୟାୟ କର୍ପସ କମାଣ୍ଡର ସ୍ତରୀୟ କଥାବାର୍ତ୍ତା ଅବସରରେ ଚୀନ୍ ଏହି ପ୍ରସ୍ତାବ ଦେଇଥିଲା। ସମ୍ପୂର୍ଣ୍ଣ ଅସ୍ତ୍ରବିରତି ପାଇଁ ଭାରତୀୟ ଅଞ୍ଚଳରେ ୩-୪ କିମି ଭିତରେ ବଫର ଜୋନ ପ୍ରତିଷ୍ଠା ନିମନ୍ତେ ଭାରତର ପ୍ରସ୍ତାବକୁ ଚୀନ୍ ଗ୍ରହଣ କରି ନ ଥିଲା।
ଇଣ୍ଡୋ-ତିବ୍ବତୀୟ ସୀମା ପୁଲିସ (ଆଇଟିବିପି)ର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଉଭୟ ପକ୍ଷ ପରସ୍ପରର ପ୍ରସ୍ତାବକୁ ଗ୍ରହଣ ନ କରିବାରୁ କଥାବାର୍ତ୍ତା ବିଫଳ ହୋଇଥିଲା। ମେ ୨୦୨୦ରୁ ଦୁଇ ସେନା ଭିତରେ ମୁହାଁମୁହିଁ ସ୍ଥିତି ଉତ୍ପନ୍ନ ହୋଇଛି।
ଇତିମଧ୍ୟରେ ଭାରତ ସରକାର ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛନ୍ତି। ସମ୍ଭାବ୍ୟ ଶତ୍ରୁ ଆକ୍ରମଣ ସମୟରେ ଆତ୍ମରକ୍ଷା କରିବା ଓ ସେନାକୁ ସାହାଯ୍ୟ କରିବା ପାଇଁ ସୀମାନ୍ତ ଗ୍ରାମଗୁଡ଼ିକରେ ଲୋକମାନଙ୍କୁ ମଧ୍ୟ ଭାରତ ପକ୍ଷରୁ ସଶକ୍ତ କରାଯାଇଛି। ସେମାନଙ୍କୁ ଉତ୍ତମ ରାସ୍ତା, ଜଳଯୋଗାଣ, ସ୍ବାସ୍ଥ୍ୟ, ଶିକ୍ଷା, ଇଣ୍ଟରନେଟ ଓ ଯୋଗାଯୋଗ ସୁବିଧା ପ୍ରଦାନ କରାଯାଇଛି।




