ଭାରତର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିବା ଆତଙ୍କବାଦୀ ପାକିସ୍ତାନରେ ନିପାତ
ନୂଆଦିଲ୍ଲୀ: ପାକିସ୍ତାନରେ ଗତ କିଛିଦନ ତଳେ ଜଣେ କୁଖ୍ୟାତ ଆତଙ୍କବାଦୀକୁ ନିପାତ କରାଯାଇଛି। ସେ ହେଉଛି ଲସ୍କର-ଇ-ତୋଇବା (ଏଲଇଟି)ର କାଇଜର ଫାରୁକ୍। ଭାରତର ମୋଷ୍ଟ ୱାଣ୍ଟେଡ ତାଲିକାରେ ସେ ଥିଲା। ସାମାଜିକ ଗଣମାଧ୍ୟମରେ କାଇଜର ହତ୍ୟା ସଂପର୍କିତ ଏକ ଭିଡିଓ ସାମ୍ନାକୁ ଆସିଛି। ଉକ୍ତ ଭିଡିଓର ସମୟ ଏବଂ ତାରିଖ ସ୍ପଷ୍ଟ ହୋଇନାହିଁ। କିଛି ଲୋକ କରାଚି ରାସ୍ତାରେ ଚାଲୁଥିବାବେଳେ ଗୁଳି ଶବ୍ଦ ଶୁଣାଯାଇଥିଲା। ଗୁଳି ଶବ୍ଦ ଶୁଣି ଲୋକମାନେ ଦୌଡ଼ିଥିଲେ। କିନ୍ତୁ ସେଥିରେ କାଇଜର ଫାରୁକ୍ […]
ନୂଆଦିଲ୍ଲୀ: ପାକିସ୍ତାନରେ ଗତ କିଛିଦନ ତଳେ ଜଣେ କୁଖ୍ୟାତ ଆତଙ୍କବାଦୀକୁ ନିପାତ କରାଯାଇଛି। ସେ ହେଉଛି ଲସ୍କର-ଇ-ତୋଇବା (ଏଲଇଟି)ର କାଇଜର ଫାରୁକ୍। ଭାରତର ମୋଷ୍ଟ ୱାଣ୍ଟେଡ ତାଲିକାରେ ସେ ଥିଲା। ସାମାଜିକ ଗଣମାଧ୍ୟମରେ କାଇଜର ହତ୍ୟା ସଂପର୍କିତ ଏକ ଭିଡିଓ ସାମ୍ନାକୁ ଆସିଛି। ଉକ୍ତ ଭିଡିଓର ସମୟ ଏବଂ ତାରିଖ ସ୍ପଷ୍ଟ ହୋଇନାହିଁ। କିଛି ଲୋକ କରାଚି ରାସ୍ତାରେ ଚାଲୁଥିବାବେଳେ ଗୁଳି ଶବ୍ଦ ଶୁଣାଯାଇଥିଲା। ଗୁଳି ଶବ୍ଦ ଶୁଣି ଲୋକମାନେ ଦୌଡ଼ିଥିଲେ। କିନ୍ତୁ ସେଥିରେ କାଇଜର ଫାରୁକ୍ ନାମକ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଛି ବୋଲି ପାକିସ୍ତାନ ଖବରକାଗଜ ଡନ୍ରେ ରିପୋର୍ଟ ପ୍ରକାଶ ପାଇଛି। କିନ୍ତୁ ଭାରତର ମୋଷ୍ଟ ୱାଣ୍ଟେଡ ତାଲିକାରେ ଯେଉଁ କାଇଜର ଅଛି ସେ ସେହି କାଇଜର କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
କାଇଜର ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଏଲଇଟିର ଜଣେ ପ୍ରତିଷ୍ଠାତା ସଦସ୍ୟ। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ୍ ତଥା ଏଲଇଟି ମୁଖ୍ୟ ହଫିଜ ସୟିଦ ସହିତ ତା’ର ଘନିଷ୍ଠ ସଂପର୍କ ରହିଥିଲା। ହଫିଜ ସୟିଦର ପୁଅ କମଲୁଦ୍ଦିନ ସୟିଦ ନିଖୋଜ ହେବା ଖବରର କିଛି ଦିନ ପରେ କାଇଜର ହତ୍ୟା ଘଟଣା ସାମ୍ନାକୁ ଆସିଛି। ସେପ୍ଟେମ୍ବର ୨୬ରୁ ନିଖୋଜ ହୋଇଥିଲେ ମଧ୍ୟ ଆଇଏସଆଇ କମଲୁଦ୍ଦିନକୁ ଏପର୍ଯ୍ୟନ୍ତ ତାକୁ ଠାବ କରିପାରିନାହିଁ। ଅଜ୍ଞାତବ୍ୟକ୍ତିମାନେ ତାକୁ ଅପହରଣ କରିଥିବା କୁହାଯାଉଛି। ମାର୍ଚ୍ଚ ୨୦୨୨ରୁ ଭାରତର ୱାଣ୍ଟେଡ୍ ତାଲିକାରେ ଥିବା ମୋଟ୍ ୧୭ ଆତଙ୍କବାଦୀ ବିଦେଶରେ ନିପାତ ହେଲେଣି।




