ଭାରତର ପାରମ୍ପରିକ ଔଷଧର ସମୃଦ୍ଧ ଇତିହାସ ରହିଛି: ହୁ ମୁଖ୍ୟ

ଗାନ୍ଧିନଗର: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଟେଡ୍ରସ ଆଦନମ ଏବେ ଭାରତ ଗସ୍ତରେ ଅଛନ୍ତି। ଟେଡ୍ରସ ଗାନ୍ଧିନଗରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପାରମ୍ପରିକ ଔଷଧ ବୈଶ୍ବିକ ସମ୍ମିଳନୀ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଟେଡ୍ରସ ପାରମ୍ପରିକ ଔଷଧ ‌କ୍ଷେତ୍ରରେ ଭାରତର ଗୁରୁତ୍ବକୁ ବର୍ଣ୍ଣନା କରିଛନ୍ତି। ଟେଡ୍ରସ କହିଛନ୍ତି, ଆୟୁର୍ବେଦ ଏବଂ ଯୋଗ ମାଧ୍ୟମରେ ଭାରତର ପାରମ୍ପରିକ ଔଷଧର ସମୃଦ୍ଧ ଇତିହାସ ରହିଛି। ଏହା ଯନ୍ତ୍ରଣା ଲାଘବ କରିବାରେ ବେଶ୍‌ ଫଳପ୍ରଦ। ଅଣ ସଂକ୍ରାମକ ରୋଗ, ମାନସିକ […]

Samaya Live Picture
Published On

ଗାନ୍ଧିନଗର: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଟେଡ୍ରସ ଆଦନମ ଏବେ ଭାରତ ଗସ୍ତରେ ଅଛନ୍ତି। ଟେଡ୍ରସ ଗାନ୍ଧିନଗରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପାରମ୍ପରିକ ଔଷଧ ବୈଶ୍ବିକ ସମ୍ମିଳନୀ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଟେଡ୍ରସ ପାରମ୍ପରିକ ଔଷଧ ‌କ୍ଷେତ୍ରରେ ଭାରତର ଗୁରୁତ୍ବକୁ ବର୍ଣ୍ଣନା କରିଛନ୍ତି। ଟେଡ୍ରସ କହିଛନ୍ତି, ଆୟୁର୍ବେଦ ଏବଂ ଯୋଗ ମାଧ୍ୟମରେ ଭାରତର ପାରମ୍ପରିକ ଔଷଧର ସମୃଦ୍ଧ ଇତିହାସ ରହିଛି। ଏହା ଯନ୍ତ୍ରଣା ଲାଘବ କରିବାରେ ବେଶ୍‌ ଫଳପ୍ରଦ। ଅଣ ସଂକ୍ରାମକ ରୋଗ, ମାନସିକ ସ୍ବାସ୍ଥ୍ୟ ଏବଂ ଅନ୍ୟାନ୍ୟ ରୋଗର ଚିକିତ୍ସା ପାଇଁ ବିଭିନ୍ନ ରାଷ୍ଟ୍ର ପାରମ୍ପରିକ ଔଷଧ ଉପରେ ନିର୍ଭର କରୁଛନ୍ତି। ମଣିଷର ସ୍ବାସ୍ଥ୍ୟ କ୍ଷେତ୍ରରେ ପାରମ୍ପରିକ ଔଷଧର ବ୍ୟାପକ ଭୂମିକା ରହିଛି। ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ ଉପସ୍ଥିତ ଥିଲେ। ମାଣ୍ଡଭିୟ କହିଛନ୍ତି, ଦୀର୍ଘ ଶତାବ୍ଦୀ ଧରି ପାରମ୍ପରିକ ଔଷଧ ବ୍ୟକ୍ତିଗତ ଏବଂ ସାମ୍ପ୍ରଦାୟିକ ସ୍ତରରେ ଉତ୍ତମ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି।

Tags: