ଭାରତର ନିର୍ବାଚନରେ ଆମେରିକା ହସ୍ତକ୍ଷେପ କରିଥିଲା : ଟ୍ରମ୍ପ୍‌

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପୂର୍ବ ସରକାର ତଥା ଜୋ ବାଇଡେନଙ୍କ ପ୍ରଶାସନ ବିରୋଧରେ ଭାରତରେ ନିର୍ବାଚନୀ ହସ୍ତକ୍ଷେପ ନେଇ ଅଭିଯୋଗ ଆଣିଛନ୍ତି। ଭାରତରେ କ୍ଷମତାରେ ଥିବା ସରକାରକୁ ହଟାଇବା ଉଦ୍ଦେଶ୍ୟରେ ଆମେରିକାର ଅନୁଦାନ ବ୍ୟବହାର ହୋଇଥିଲା ବୋଲି ଟ୍ରମ୍ପ ବିସ୍ଫୋରକ ବୟାନ ଦେଇଥିବାରୁ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ‘ମତଦାନ’ ବୃଦ୍ଧି ଉଦ୍ଦେଶ୍ୟରେ ଭାରତକୁ ୨୧ ନିୟୁତ ଡଲାର ଅନୁଦାନ ବନ୍ଦ କରିବାକୁ ଏଲନ୍ ମସ୍କଙ୍କ ନେତୃତ୍ୱାଧୀନ ସରକାରୀ ଦକ୍ଷତା ବିଭାଗ […]

ଭାରତର ନିର୍ବାଚନରେ ଆମେରିକା ହସ୍ତକ୍ଷେପ କରିଥିଲା : ଟ୍ରମ୍ପ୍‌
Samaya Live Picture
Published On

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପୂର୍ବ ସରକାର ତଥା ଜୋ ବାଇଡେନଙ୍କ ପ୍ରଶାସନ ବିରୋଧରେ ଭାରତରେ ନିର୍ବାଚନୀ ହସ୍ତକ୍ଷେପ ନେଇ ଅଭିଯୋଗ ଆଣିଛନ୍ତି। ଭାରତରେ କ୍ଷମତାରେ ଥିବା ସରକାରକୁ ହଟାଇବା ଉଦ୍ଦେଶ୍ୟରେ ଆମେରିକାର ଅନୁଦାନ ବ୍ୟବହାର ହୋଇଥିଲା ବୋଲି ଟ୍ରମ୍ପ ବିସ୍ଫୋରକ ବୟାନ ଦେଇଥିବାରୁ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ‘ମତଦାନ’ ବୃଦ୍ଧି ଉଦ୍ଦେଶ୍ୟରେ ଭାରତକୁ ୨୧ ନିୟୁତ ଡଲାର ଅନୁଦାନ ବନ୍ଦ କରିବାକୁ ଏଲନ୍ ମସ୍କଙ୍କ ନେତୃତ୍ୱାଧୀନ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ)ର ନିଷ୍ପତ୍ତିକୁ ଟ୍ରମ୍ପ ପୁନଃ ସମର୍ଥନ କରିଛନ୍ତି। ଟ୍ରମ୍ପ ତାଙ୍କ ବୟାନରେ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଯେ ଭାରତରେ ନରେନ୍ଦ୍ର ମୋଦୀ ଓ ତାଙ୍କ ଦଳକୁ ହରାଇବା ପାଇଁ ବାଇଡେନ ପ୍ରଶାସନ ବିପୁଳ ପାଣ୍ଠି ମତଦାନ ହାର ବୃଦ୍ଧି ନାଁରେ ଯୋଗାଉଥିଲା। ବୁଧବାର ରାତିରେ ମିଆମିରେ ସାଉଦି ଆରବ ସରକାରଙ୍କ ସମର୍ଥିତ ଏଫ୍ଆଇଆଇ ପ୍ରାଥମିକତା ଶିଖର ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି, ଭାରତରେ ମତଦାନ ପାଇଁ ଆମେ କାହିଁକି ୨୧ ନିୟୁତ ଡଲାର ଖର୍ଚ୍ଚ କରିବୁ? ମୁଁ ଭାବୁଛି ସେମାନେ (ବାଇଡେନ୍ ପ୍ରଶାସନ) ନରେନ୍ଦ୍ର ମୋଦୀଙ୍କ ବଦଳରେ ଅନ୍ୟ କାହାକୁ ନିର୍ବାଚିତ କରିବାକୁ ଚେଷ୍ଟା କରୁଥିଲେ। ଆମେ ଭାରତ ସରକାରଙ୍କୁ ଜଣାଇବା ଦରକାର। ଏହା ଏକ ସମ୍ପୂର୍ଣ୍ଣ ସଫଳତା।

Tags: